www.samajalive.in
Friday, December 5, 2025
26.1 C
Bhubaneswar

ଦେଖନ୍ତୁ ଭୟଭୀତ କରିବ ଭିଡିଓ ; ଘର ସଫା କରୁଥିଲେ, ଡବା ଭିତରୁ ମିଳିଲା ୧୦୦ ସାପ, ତା’ପରେ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଶାହଜହାଁପୁରରୁ ଏକ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଛି । ସାଧାରଣତଃ ସାପକୁ ବାହାରେ ହେଉ କିମ୍ବା ଘରେ ଦେଖିଲେ ଭୟ ଲାଗି ଥାଏ। ତେବେ ଚିନ୍ତା କରନ୍ତୁ ଗୋଟିଏ କି ଦୁଇଟି ନୁହେଁ ବରଂ ଏକାଧିକ ସାପକୁ ଏକାଠି ଦେଖିଲେ ହୋସ୍‌ ଉଡିବା ସାଧାରଣ କଥା। ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଶାହଜହାଁପୁରର ଜଲାଲାବାଦ କ୍ଷେତ୍ର ଅର୍ନ୍ତଗତ ମୁଦିଆର ଏକ ଗାଁରୁ ଜଣେ ବ୍ୟକ୍ତିଙ୍କ ଘରୁ ପ୍ରାୟ ୧୦୦ଟି ସାପଟି ଏକାଠି ଉଦ୍ଧାର ହୋଇଛି । ଏହି ଘଟଣା ଜଣାପଡିବା ପରେ ହଇଚଇ ସୃଷ୍ଟି ହୋଇଥିଲା । ଗ୍ରାମର ନିବାସୀ ଶ୍ରବଣ କୁମାର ନିଜ ଘରକୁ ସଫା କରୁଥିଲେ । ସେହି ସମୟରେ ଘରର କୋଣରେ ଏକ ପ୍ଲାଷ୍ଟିକ୍‌ର ବଡ ଡବା ଥିଲା । ସେ ତା’କୁ ଉଠାଇ ଆଣିବା ମାତ୍ରେ ଗୋଟିଏ ସାପ ହଠାତ୍‌ ଡବାରୁ ବାହାରକୁ ପଳାଇଆସିଥିଲା। ମାତ୍ର କିଛି ସମୟରେ ଡବାର ଅବସ୍ଥା ଦେଖି ସେ ଛାନିଆ ସହ ଭୟଭୀତ ହୋଇ ଯାଇଥିଲେ। ସେହି ଡବା ଭିତରେ ପ୍ରାୟ ୧୦୦ଟି ସାପ ଦେଖିଥିଲେ । ସାପ ଗୁଡିକ ପରସ୍ପର ସହ ଗୁଡାଇ ହୋଇ ରହିଥିବା ଦେଖିଲେ । ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

- Advertisement -

ଶ୍ରବଣ ତୁରନ୍ତ ଗାଁ ଲୋକଙ୍କୁ ଡାକିଥିଲେ। ଖବର ପାଇ ସାପ ଧରାଳୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେମାନେ ସାପକୁ ସୁରକ୍ଷିତ ଭାବେ ଉଦ୍ଧାର କରି ଜଙ୍ଗଲରେ ଛାଡି ଥିଲେ।
ଭାଇରାଲ୍‌ ହେଉଥିବା ସାପର ଏହି ଭିଡିଓରେ ଦେଖିପାରିବେ, ଏକ ପ୍ଲାଷ୍ଟିକ୍‌ର ବଡ ଡବା ମଧ୍ୟରେ ପରସ୍ପର ସହ ଗୁଡାଇ ହୋଇ ପାଖାପାଖି ୧୦୦ଟି ସାପ ରହିଛନ୍ତି । ଭିଡିଓଟି ଭୟଙ୍କର ମଧ୍ୟ ଲାଗୁଛି।

ଆଉ ମାତ୍ର ୨୪ ଘଣ୍ଟାର ଅପେକ୍ଷା: ଅଦ୍ଭୁତ ତ୍ରିଗ୍ରହୀ ଯୋଗ, ଏହି ରାଶି ହଠାତ୍‌ ହେବେ ମାଲାମାଲ୍‌, ମିଳିବ ବଡ ସଫଳତା, କିଣିବେ ଘର, ଗାଡି..

ସ୍ଥାନୀୟ ଲୋକେ ଏହି ଦୃଶ୍ୟ ଦେଖି କହିଥିଲେ, ଏହା ହୁଏତ ଖୁବ୍‌ ବିଷାକ୍ତ ସାପ । ସେମାନେ ପୂର୍ବରୁ କେବେ ମଧ୍ୟ ଏଭଳି ସାପ ଦେଖି ନାହାଁନ୍ତି । କିଛି ଲୋକେ କହିଥିଲେ ଏହା ପୂର୍ବ ସମୟର ଦୁର୍ଲ୍ଲଭ ସାପ । ଏହା ପୂର୍ବରୁ ମେରଠର ଏକ ଗାଁରୁ ଗୋଟିଏ ଘରୁ ପ୍ରାୟ ୫୨ଟି ସାପ ଉଦ୍ଧାର ହୋଇଥିଲେ । ସେହିପରି ୨୦୨୨ରେ ମଦୁଆନା ଗାଁରୁ ପ୍ରାୟ ୯୦ଟି ନାଗସାପ ଛୁଆ ପୁରୁଣା ମାଠିଆରୁ ଉଦ୍ଧାର ହୋଇଥିଲେ । ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିଲା।

ଚିନ୍ତା ବଢାଇଲା ; ବଢିଲା ସୁନା ଦର, ପୁଣି ଟପିବ ଲକ୍ଷେ ଟଙ୍କା!

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories