www.samajalive.in
Friday, December 5, 2025
20.1 C
Bhubaneswar

ଭାରତ ଗସ୍ତରେ ଆର୍ଜେଣ୍ଟିନା ରାଷ୍ଟ୍ରପତି ମୌରିସିଓ ମକ୍ରି

ନୂଆଦିଲ୍ଲୀ: ଆର୍ଜେଣ୍ଟିନା ରାଷ୍ଟ୍ରପତି ମୌରିସିଓ ମକ୍ରି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ସେ ତିନିଦିନିଆ ଭାରତ ଗସ୍ତରେ ଆସିଛନ୍ତି । ସୂଚନା ଓ ପ୍ରସାରଣ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ରାଠୋର ତାଙ୍କୁ ବିମାନ ବନ୍ଦରରେ ସ୍ୱାଗତ ଜଣାଇଥିଲେ। ନୂଆଦିଲ୍ଲୀରେ ପହଞ୍ଚିବା ପୂର୍ବରୁ ଶ୍ରୀ ମକ୍ରି ଆଗ୍ରା ଯାଇ ତାଜମହଲ ଦେଖିଛନ୍ତି। ସୋମବାରଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସହ ପ୍ରତିନିଧିସ୍ତରୀୟ କଥାବାର୍ତ୍ତା କରିବେ। କଥାବାର୍ତ୍ତାରେ ଦ୍ୱିପକ୍ଷିୟ ସମ୍ପର୍କର ପ୍ରଗତି ସମେତ ଦୁଇ ଦେଶ ମଧ୍ୟରେ ଅର୍ଥନୀତି, ଆଣବିକ କୌଶଳ ଏବଂ ମହାକାଶ ଗବେଷଣା ସମ୍ପର୍କରେ ସମୀକ୍ଷା କରାଯିବା ସଙ୍ଗେ ସଙ୍ଗେ ସହଯୋଗ ପାଇଁ ନୂଆ କ୍ଷେତ୍ରଗୁଡ଼ିକୁ ଚିହ୍ନଟ କରାଯିବ। ସୋମବାର ସଂଧ୍ୟାରେ ଶ୍ରୀ ମକ୍ରି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତିଙ୍କୁ ସାକ୍ଷାତ୍‍ କରିବେ। ଶ୍ରୀ କୋବିନ୍ଦ ତାଙ୍କ ସମ୍ମାନାର୍ଥେ ଏକ ରାତ୍ରିଭୋଜି ସଭାର ଆୟୋଜନ କରିଛନ୍ତି। ଆର୍ଜେଣ୍ଟିନା ରାଷ୍ଟ୍ରପତି ଭାରତ-ଆର୍ଜେଣ୍ଟିନା ବ୍ୟବସାୟ ଫୋରମର ପ୍ରାରମ୍ଭିକ ଅଧିବେଶନରେ ଉଦ୍‍ବୋଧନ ଦେବେ। ଶ୍ରୀ ମକ୍ରି ମଙ୍ଗଳବାରଦିନ ମୁମ୍ବାଇ ଯିବାର କାର୍ୟ୍ୟକ୍ରମ ରହିଛି। ଉଭୟ ଭାରତ ଓ ଆର୍ଜେଣ୍ଟିନା କୂଟନୈତିକ ସ୍ଥରରେ ୭୦ ବର୍ଷ ପୁରଣ କରିଥିବା ବେଳେ ଆର୍ଜେଣ୍ଟିନା ରାଷ୍ଟ୍ରପତିଙ୍କ ଗସ୍ତର ଗୁରୁତ୍ୱ ରହିଛି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories