www.samajalive.in
Saturday, December 6, 2025
17.1 C
Bhubaneswar

ବିସ୍ଫୋରକ ଲୁଟ୍‍; ତଦନ୍ତ ପାଇଁ ଏସ୍‍ଆଇଟି ଗଠନ

ସମାଜ ଡିଜିଟାଲ ଡେସ୍କ: ୪ଟନ୍‍ ବିସ୍ଫୋରକ ଲୁଟ୍‍ ଘଟଣାର ତଦନ୍ତ ପାଇଁ ଏସଆଇଟି ଗଠନ ହେବ । ଏନେଇ ରାଉରକେଲା ଏସପି ନିତେଶ ୱାଧୱାନି ସୂଚନା ଦେଇଛନ୍ତି । ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ଏସଆଇଟି ଗଠନ କରାଯିବା ବେଳେ ସେଥିରେ ୪ଜଣ ସଦସ୍ୟ ରହିବେ ବୋଲି ସୂଚନା ମିଳିଛି । ଝାଡଖଣ୍ଡ-ଓଡ଼ିଶା ସୀମା ବାଙ୍କୋ ଖଣି ଅଞ୍ଚଳରୁ ମାଓବାଦୀ ମାନେ ୪ଟନର ବିସ୍ଫୋରକ ଲୁଟ୍‍ ଘଟଣାରେ ଏଯାବତ ଟେର ପାଉନି ପୁଲିସ । ବିପୁଳ ବିସ୍ଫୋରକ ଜବତ ପାଇଁ କମ୍ବିଂ ଅପରେସନ ଜୋରଦାର ଚାଲିଛି । ଏନଆଇଏ ଟିମ୍‍ ମଧ୍ୟ ତନାଘନା କରୁଛନ୍ତି । ହେଲେ ଲୁଟର ୪ଦିନ ପରେ ବି କିଛି ସୁରାକ ମିଳିନାହିଁ । କେଉଁଭଳି ଭାବେ ମାଓବାଦୀ ମାନେ ପୁଲିସ ଆଖିରେ ଧୂଳି ଦେଇ ଏତେ ପରିମାଣରେ ବିସ୍ଫୋରକ ଲୁଟି ନେଇଗଲେ ତାହାକୁ ନେଇ ପ୍ରଶ୍ନ ଉଠିଛି । ବିସ୍ଫୋରକ ଠାବ ପାଇଁ ସୁରକ୍ଷା କର୍ମୀ, ପୁଲିସ ତିନି ରାଜ୍ୟ ଓଡ଼ିଶା, ଝାଡଖଣ୍ଡ, ପଶ୍ଚିମବଙ୍ଗ ପୁଲିସ ଜଙ୍ଗଲରେ ଛାନଭିନ କରୁଛନ୍ତି ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories