www.samajalive.in
Saturday, December 6, 2025
17.1 C
Bhubaneswar

ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ ନୁହେଁ

ଭୁବନେଶ୍ବର: ଘରେ ପ୍ରି-ପେଡ୍ ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ ନୁହେଁ। ବିଦ୍ୟୁତ୍‌ ଉପଭୋକ୍ତାମାନେ ନିଜ ସୁବିଧା ଅନୁଯାୟୀ ପ୍ରିପେଡ୍ କିମ୍ବା ପୋଷ୍ଟପେଡ୍ ମିଟର୍ ନିଜ ଘରେ ଲଗାଇପାରିବେ ବୋଲି ଶକ୍ତି ବିଭାଗ ପକ୍ଷରୁ କୁହାଯାଇଛି।

ସାମାଜିକ ଗଣମାଧ୍ୟମ ଜରିଆରେ ବିଭାଗ ପକ୍ଷରୁ କୁହାଯାଇଛି ଯେ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଡିସକମ୍ ଦ୍ୱାରା ପ୍ରି-ପେଡ୍ ସ୍ମାର୍ଟ ମିଟର୍ ବାଧ୍ୟତାମୂଳକ ସ୍ଥାପନ ଏବଂ ଏହା ଦ୍ବାରା ଅଧିକ ବିଦ୍ୟୁତ ବିଲ୍ ବୃଦ୍ଧି ହେଉଥିବା ଖବର ପ୍ରଘଟ ହେଉଛି। ଏହା ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ଏହା ଭିତ୍ତିହୀନ ଏବଂ ମିଟର ଲଗାଇବା ସମ୍ପୂର୍ଣ୍ଣ ଭାବେ ଗ୍ରାହକଙ୍କ ଇଚ୍ଛାଧୀନ ବ୍ୟାପାର। ଗ୍ରାହକଙ୍କୁ ଅନୁରୋଧ କରାଯାଉଛି ଯେ, ସେମାନଙ୍କ ଘରେ ସ୍ମାର୍ଟ ମିଟର୍ ଲଗାଇବା ପାଇଁ ଡିସକମ୍ କର୍ମଚାରୀଙ୍କୁ ସହଯୋଗ କରନ୍ତୁ। ଯଦି ଗୋଟିଏ ଷ୍ଟ୍ୟାଟିକ୍ ମିଟର୍ ଗ୍ରାହକଙ୍କ ଘରେ ଲାଗିଛି ଏବଂ ଏହି ମିଟର୍ ସଠିକ୍ ଭାବେ କାର୍ଯ୍ୟ କରୁଛି, ତେବେ ସେହି ମିଟର୍ ସ୍ଥାପନ ଦିନଠାରୁ ୫ ବର୍ଷ ମଧ୍ୟରେ ବଦଳାଯିବ ନାହିଁ। ଘରେ ସ୍ମାର୍ଟ ମିଟର୍‌ ଲଗେଇବା ଦ୍ବାରା ଖାଲି ବିଦ୍ୟୁତ୍ ବଣ୍ଟନ ବ୍ୟବସ୍ଥାର ସାମଗ୍ରିକ ଦକ୍ଷତା ଏବଂ କାର୍ଯ୍ୟକାରିତା ବୃଦ୍ଧି ହୁଏ ନାହିଁ ବରଂ ଗ୍ରାହକଙ୍କୁ ମଧ୍ୟ ପ୍ରକୃତରେ କେତେ ବିଦ୍ୟୁତ୍ ବ୍ୟବହାର କରୁଛନ୍ତି ତା’ର ରିଅଲ-ଟାଇମ୍ ଶକ୍ତି ସଞ୍ଚୟ ମୂଲ୍ୟାଙ୍କନ କରିବାକୁ ସୁବିଧା ହୁଏ। ଯଦ୍ବାରା ସେମାନେ ବିଦ୍ୟୁତ୍ ବ୍ୟବହାରକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇପାରନ୍ତି। ଡିସକମ୍ ଦ୍ୱାରା ଲଗାଯାଉଥିବା ସ୍ମାର୍ଟ ମିଟରଗୁଡ଼ିକର ଗୁଣବତ୍ତା ଯାଞ୍ଚ ସମ୍ପୂର୍ଣ୍ଣ ଭାବରେ କରାଯାଏ ଏବଂ ଏନ୍‌ଏବିଏଲ୍‌ ଦ୍ୱାରା ପ୍ରମାଣିତ ମଧ୍ୟ ହୋଇଥାଏ। ତେଣୁ ସ୍ମାର୍ଟ ମିଟର ସ୍ଥାପନ ଯୋଗୁଁ ଅଧିକ ବିଦ୍ୟୁତ୍ ବିଲ୍ ବୃଦ୍ଧି ପାଇବାର ଗୁଜବ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ଶକ୍ତି ବିଭାଗ କହିଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories