www.samajalive.in
Saturday, December 6, 2025
16.1 C
Bhubaneswar

ରାଇକିଆ ଶିବ ମନ୍ଦିରରୁ ଚୋରି ଉଦ୍ୟମ

ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ସ୍ଥାନୀୟ ଶିବ ମନ୍ଦିରରୁ ବୁଧବାର ବିଳମ୍ବିତ ରାତ୍ରରେ ଚୋରି ଉଦ୍ୟମ ହୋଇଛି। ଦୁର୍ବୃତ୍ତମାନେ ମନ୍ଦିରର ସିଂହ ଦ୍ୱାର ତାଲା ଭାଙ୍ଗି ପ୍ରବେଶ କରିବା ସହ ଭିତରର ମୁଖ୍ୟ ଫାଟକର ତାଲା ଭାଙ୍ଗି ଥିଲେ। ତେବେ ମନ୍ଦିର ଭିତରୁ କୌଣସି ସାମଗ୍ରୀ ଚୋରି କରି ନେବାରେ ଚୋର ବିଫଳ ହୋଇଛନ୍ତି। ସେହିପରି ମନ୍ଦିରର ଭଣ୍ଡାର ଘର ତାଲା ମଧ୍ୟ ଭାଙ୍ଗି ଥିଲେ। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ସେଠାରୁ ମଧ୍ୟ କୌଣସି ସାମଗ୍ରୀ ଚୋରି ହୋଇନଥିବା ବେଳେ କ୍ଷତି ମଧ୍ୟ ହୋଇନାହିଁ। ଗୁରୁବାର ଭୋରରୁ ମନ୍ଦିର ପୂଜାରୀ ଆସି ଦେଖିଲା ବେଳେ ସମସ୍ତ ତିନୋଟି ତାଲା ଭାଙ୍ଗିଯାଇଥିଲା। ପରେ ମନ୍ଦିର ପରିସରରେ ହୋମ ଯଜ୍ଞ କରାଯାଇ ସଂସ୍କାର କରଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories