www.samajalive.in
Monday, December 15, 2025
16.1 C
Bhubaneswar

ଜରାଜୀର୍ଣ୍ଣ ଅବସ୍ଥାରେ ସାଇଁକୁଳ ଫାଣ୍ଡି

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ୨୦ ନଂ ଜାତୀୟ ରାଜପଥ କଡରେ ଥିବା ସାଇଁକୁଳ ଫାଣ୍ଡି ବର୍ତ୍ତମାନ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି। ୧୯୬୯ ମସିହାରେ ସାଇଁକୂଳ ଠାରେ ଏହି ଫାଣ୍ଡି ସ୍ଥାପନ କରାଯାଇଥିଲା। ଏହା ରାମଚନ୍ଦ୍ରପୁର ଥାନା ଅଧୀନରେ ଯାଏ । ପରିତାପର ବିଷୟ ଫାଣ୍ଡି ପ୍ରତିଷ୍ଠାକୁ ୫୬ ବର୍ଷ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ଏହା ଆଜି ପର୍ଯ୍ୟନ୍ତ ଅବହେଳିତ ଅବସ୍ଥାରେ ପଡ଼ିରହିଛି। ଫାଣ୍ଡିରେ ହାତଗଣତି କେତେ ଜଣ କର୍ମଚାରୀ ଥିବାବେଳେ ଜଣେ ମାତ୍ର ଏସ୍ଆଇ ଫାଣ୍ଡି ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି। ଫାଣ୍ଡି ଗୃହଟି କାହିଁ କେଉଁ କାଳରୁ ନିର୍ମାଣ କରାଯାଇଥିଲେ ସୁଦ୍ଧା ମରାମତି ଅଭାବରୁ ଜରାଜୀର୍ଣ୍ଣ ହୋଇଗଲାଣି। ଫାଣ୍ଡି ପରିସରରେ କର୍ମଚାରୀଙ୍କ ରହିବା ପାଇଁ ଆବଶ୍ୟକ ସରକାରୀ ବାସଗୃହ ନଥିବାରୁ କର୍ମଚାରୀ ମାନେ ବାହାରେ ରହିବାକୁ ବାଧ୍ୟ ହେଉଛନ୍ତି। ୨ଏକରରୁ ଉର୍ଦ୍ଧ ସାଇଁକୁଳ ଫାଣ୍ଡି ପରିସରର ପାଚେରି ନଥିବାରୁ ବୁଲା ଗୋରୁ ଗାଈ ଖୋଲା ମେଲାରେ ବିଚରଣ କରୁଛନ୍ତି। ବିଭିନ୍ନ ସମୟରେ ଦୁର୍ଘଟଣାରେ ଜବତ ଗାଡ଼ି ଗୁଡ଼ିକ ଫାଣ୍ଡି ପରିସରରେ ଖୋଲାମେଲାରେ ପଡ଼ି ରହୁଥିବାରୁ ଚୋରି ହେବାର ଆଶଙ୍କା ରହିଛି। ସାଇଁକୁଳ ଫାଣ୍ଡି ୭ ଗୋଟି ପଞ୍ଚାୟତକୁ ନେଇ ସ୍ଥାପିତ ହୋଇଥିବା ବେଳେ ପାଖାପାଖି ୩୦ରୁ ଉର୍ଦ୍ଧ୍ବ ଗାଁ ଏହି ଫାଣ୍ଡି ଉପରେ ନିର୍ଭର କରିଥାନ୍ତି। ପ୍ରତିଦିନ ଏକାଧିକ ଅଭିଯୋଗ ନେଇ ଅଭିଯୋଗକାରୀ ଆସୁଥିବା ବେଳେ ସୀମିତ ସଂଖ୍ୟକ କର୍ମଚାରୀ ଯୋଗୁଁ ବିଭିନ୍ନ ଘଟଣା କ୍ରମରେ ତତକ୍ଷଣାତ୍ ସେବା ଯୋଗାଇଦେବା ସମ୍ଭବପର ହୋଇପାରୁନାହିଁ। ସାଇଁକୁଳ ଅଞ୍ଚଳ ଘଷିପୁରା ନିର୍ବାଚନ ମଣ୍ଡଳୀର ଏକ ପ୍ରମୁଖ ବ୍ୟବସାୟର ପେଣ୍ଠସ୍ଥଳୀ ହେବା ସହ ରାଜନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ବହନ କରୁଥିବାରୁ ଫାଣ୍ଡିକୁ ତ୍ୱରାନ୍ୱିତ କରିବା ସହିତ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି ଏବଂ ଫାଣ୍ଡି ପରିସରର ଭିତ୍ତିଭୂମି ସଜାଡିବାକୁ ସ୍ଥାନୀୟ  ବୁଦ୍ଧିଜୀବୀ ଦାବି କରିଛନ୍ତି।

ସାକ୍ଷୀଗୋପାଳଠାରୁ ଆରମ୍ଭ ହେଲା ବିକଶିତ କୃଷି ସଂକଳ୍ପ ଅଭିଯାନ 

Hot this week

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

Related Articles

Popular Categories