www.samajalive.in
Monday, December 15, 2025
26.1 C
Bhubaneswar

ବାବା ଗୁପ୍ତେଶ୍ଵରଙ୍କ ପୀଠରେ ପଶିଲା କୁକୁର, ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ

ଜୟପୁର: ବାବା ଗୁପ୍ତେଶ୍ଵରଙ୍କ ପୀଠ ଭିତରକୁ ଦୁଇଟି କୁକୁର ନେବା ଘଟଣାକୁ ନେଇ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଗୁପ୍ତେଶ୍ୱର ଓଡ଼ିଶାର ଏକ ପ୍ରସିଦ୍ଧ ଶୈବପୀଠ ଭାବେ ପରିଚିତ। ଏହା କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ୍ ଅଧୀନ ରାମଗିରି ପର୍ବତର ଏକ ଗୁମ୍ଫାରେ ଅବସ୍ଥିତ। ସେଠାରେ ଶିବ ଲିଙ୍ଗ ବହୁ ପ୍ରାଚୀନ କାଳରୁ ରହିଛି । ଗୁପ୍ତେଶ୍ୱରଙ୍କ ପୀଠ ଭିତରକୁ କଣ ପାଇଁ,  କାହା ଅନୁମତିରେ କୁକୁର ନିଆ ଯାଇଥିଲା ତାହା ସ୍ପଷ୍ଟ ହୋଇପାରିନାହିଁ । ମନ୍ଦିରର ବହୁ ମାହାତ୍ମ୍ୟ ରହିଛି। ଗୁପ୍ତେଶ୍ୱରଙ୍କୁ ଦର୍ଶନ କରିବାକୁ ପ୍ରତିଦିନ ଶହ ଶହ ଭକ୍ତ ଆସିଥାନ୍ତି ।  ଆଜି ଦୁଇ ଜଣ ଭକ୍ତ ମନ୍ଦିରକୁ ଦୁଇଟି ପୋଷା କୁକୁର ନେଇଥିବା ଅଭିଯୋଗ ହୋଇଛି । ତଦନ୍ତ କରି କାର୍ଯ୍ୟାନଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି ।

ବିକଶିତ ଗାଁ, ବିକଶିତ ଓଡ଼ିଶା ପ୍ରକଳ୍ପକୁ ନେଇ ବୈଠକ

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories