ଫୁଲବାଣୀ :କନ୍ଧମାଳ ଜିଲ୍ଲା ପାହିରାଜୁ ଗ୍ରାମପଞ୍ଚାୟତ ଅଧୀନରେ ଥିବା ବୃଡିଗୁଡ଼ା ୱାର୍ଡରେ ଥିବା ଗୋଟିଏ ନୁହେଁ ପାଞ୍ଚଟି ନଳକୂପ ଚାରିରୁ ପାଞ୍ଚ ମାସ ହେବା ଅଚଳାବସ୍ଥାରେ ପଡ଼ି ରହିଛି। ବୃଡିଗୁଡ଼ା ଛକ ନିକଟରେ ଥିବା ନଳକୂପ ତିନି ମାସ ହେବ ଅଚଳ ହେଇ ପଡ଼ିଛି ଓ ସେହିପରି ପୂର୍ବତନ ସରପଞ୍ଚଙ୍କ ଘର ସାମ୍ନାରେ ଥିବା ନଳକୂପ ମଧ୍ୟ ପ୍ରାୟ ଏକ ମାସ ହେବ ଅଚଳ ହେଇଛି। ସରକାରୀ ପ୍ରାଥମିକ ବିଦ୍ୟାଳୟ ନିକଟରେ ଥିବା ନଳକୂପ ମଧ୍ୟ ଏକ ମାସ ହେବ ଅଚଳାବସ୍ଥାରେ ପଡ଼ି ରହିଛି। ବୃଡିଗୁଡ଼ା ମଣ୍ଡପ ସାହିରେ ଥିବା ନଳକୂପ ପାଖାପାଖି ଚାରି ମାସ ହେବ ଅଚଳାବସ୍ଥାରେ ପଡ଼ି ରହିଛି। ସାହି ଭିତରେ ଗୋଟିଏ ନଳ କୂପ ଅଛି ସେଇଟା ମଧ୍ୟ ଖରାପ ହେଇଛି।
ଅଭିଯୋଗ ମୁତାବକ ବୃଡିଗୁଡ଼ା ୱାର୍ଡରେ ପାଞ୍ଚଟି ନଳକୂପ ଖନନ କରାଯାଇଛି ସେଥି ମଧ୍ୟରୁ ଗୋଟିଏ ମଧ୍ୟ ନଳକୂପ ସଚଳ ନାହିଁ। ବୃଡିଗୁଡ଼ା ୱାର୍ଡବାସୀଙ୍କ ପାଇଁ ଦୁଃଖର ବିଷୟ ନଳକୂପ ମରାମତି କରିବା ପାଇଁ ବାରମ୍ବାର ଦାବି କରି ଆସୁଥିଲେ, କେହି ଶୁଣୁନାହାନ୍ତି ବୋଲି ବୃଡିଗୁଡ଼ା ୱାର୍ଡବାସୀ ଅଭିଯୋଗ କରିଛନ୍ତି। ଲୋକେ ପାଣିପାଇଁ ଡହଳ ବିକଳ ହେଉଥିବା ଅଭିଯୋଗ କରିଛନ୍ତି। ନଳକୂପ ଖରାପ ହେବାପରେ ବୃଡିଗୁଡ଼ା ୱାର୍ଡବାସୀ ଚୂଆପାଣି ଉପରେ ହିଁ ନିର୍ଭର କରି ଆସୁଛନ୍ତି।



