କୁଳଭୂଷଣ ମାମଲା; ଆଇସିଜେ ରାୟ ମାନିବ ପାକିସ୍ତାନ

0

ଇସଲାମାବାଦ : କୁଳଭୂଷଣ ଯାଦବ ମାମଲାରେ ପାକିସ୍ତାନ ଆନ୍ତର୍ଜାତିକ ଅଦାଲତର ରାୟ ମାନିବ ବୋଲି ଶୁକ୍ରବାର କହିଛି। ଗୁଇନ୍ଦାଗିରି ଅଭିଯୋଗରେ ଦୀର୍ଘ ବର୍ଷ ଧରି ପାକିସ୍ତାନ ଜେଲ୍‌ରେ ଥିବା ଅବସରପ୍ରାପ୍ତ ଭାରତୀୟ ନୌସେନା ଅଧିକାରୀ ୪୮ବର୍ଷୀୟ ଯାଦବଙ୍କ ମୁକ୍ତି ପାଇଁ ଭାରତ ଇଣ୍ଟରନ୍ୟାସନାଲ କୋର୍ଟ ଅଫ ଜଷ୍ଟିସ (ଆଇସିଜେ)ର ଦ୍ବାରସ୍ଥ ହୋଇଛି। ପାକିସ୍ତାନର ସେନା ଅଦାଲତ ତାଙ୍କୁ ୨୦୧୭ରେ ମୃତ୍ୟୁଦଣ୍ଡାଦେଶ ଦେଇଛି। ଏହା ଉପରେ ଆଇସିଜେ ରହିତାଦେଶ ଜାରି କରିଛି। ଦି ହେଗ୍‌ସ୍ଥିତ ଆଇସିଜେରେ ଆସନ୍ତା ୧୮ରୁ ୨୧ତାରିଖ ପର୍ଯ୍ୟନ୍ତ ମାମଲାର ଶୁଣାଣି ଧାର୍ଯ୍ୟ ହୋଇଛି।

Leave A Reply