www.samajalive.in
Friday, December 12, 2025
16.1 C
Bhubaneswar

ସହିଦ ଯବାନଙ୍କ ପିଲାଙ୍କ ପଢ଼ା ଖର୍ଚ୍ଚ ବହନ କରିବାକୁ ସେହ୍ବାଗଙ୍କ ପ୍ରସ୍ତାବ

ନୂଆଦିଲ୍ଲୀ : ଗତ ଗୁରୁବାର ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ୪୦ଜଣ ଯବାନ୍‌ଙ୍କ ପିଲାମାନଙ୍କ ପାଠପଢ଼ା ଖର୍ଚ୍ଚ ବହନ କରିବାକୁ ପ୍ରସ୍ତାବ ଦେଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର୍‌ ବୀରେନ୍ଦ୍ର ସେହ୍ବାଗ।
ନିଜ ଟ୍ବିଟର୍‌ ଆକାଉଣ୍ଟରେ ବାର୍ତ୍ତା ଦେଇ ସେହ୍ବାଗ ଦର୍ଶାଇଛନ୍ତି ଆତଙ୍କବାଦୀ ଆକ୍ରମଣରେ ସହିଦ ଯବାନଙ୍କ ପରିବାର ପ୍ରତି ତାଙ୍କର ସମବେଦନା ରହିଛି। ଜଣେ ନାଗରିକ ଭା​‌େ​ବ ତାଙ୍କ ଦ୍ବାରା ପରିଚାଳିତ ସେହ୍ବାଗ ଅନ୍ତର୍ଜାତୀୟ ବିଦ୍ୟାଳୟରେ ସହିଦଙ୍କ ପିଲାମାନଙ୍କୁ ରଖି ପାଠ ପଢ଼ାଇବାକୁ ଆଗ୍ରହୀ ଅଛନ୍ତି। ଆତଙ୍କବାଦୀଙ୍କ କାପୁରୁଷତାପୂର୍ଣ୍ଣ କାର୍ଯ୍ୟକୁ ସେ ନିନ୍ଦା କରୁଛନ୍ତି। ସେହିପରି ହରିୟାଣା ପୁଲିସରେ କାର୍ଯ୍ୟରତ ତାରକା ବକ୍ସର ବିଜେନ୍ଦ୍ର ସିଂ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଏକମାସର ଦରମା ଦାନ କରିଛନ୍ତି। ଏପରି ଦୁଃଖଦ ସମୟରେ ସହିଦଙ୍କ ପରିବାର ସହ ସମଗ୍ର ଦେଶ ଛିଡ଼ା ହେବାକୁ ବିଜେନ୍ଦ୍ର ମତ ଦେଇଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories