www.samajalive.in
Saturday, December 6, 2025
15.1 C
Bhubaneswar

ଦେଶର ସୁରକ୍ଷା ପରିସ୍ଥିତି ସମୀକ୍ଷା କଲେ ଗୃହ ମନ୍ତ୍ରୀ

ନୂଆଦିଲ୍ଲୀ: ଶନିବାରଦିନ ଗୃହମନ୍ତ୍ରୀ ରାଜନାଥ ସିଂହ ଜାମ୍ମୁ କାଶ୍ମୀର ସମେତ ଦେଶର ସୁରକ୍ଷା ପରିସ୍ଥିତିର ସମୀକ୍ଷା କରିଛନ୍ତି। ଗୃହ ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଅନୁଯାୟୀ ପାକ ସମର୍ଥିତ ଆତଙ୍କବାଦୀ ସଂଗଠନ ଯେପରି କୌଣସି ପ୍ରକାର ଅସୁବିଧା ସୃଷ୍ଟି ନ କରନ୍ତି, ସେ ପ୍ରତି ସତର୍କ ରହିବାକୁ ନିର୍ଦେଶ ଦେଇଛନ୍ତି। ବିଶେଷ କରି, କାଶ୍ମୀର ଅଞ୍ଚଳରେ ଆତଙ୍କବାଦୀ ଦମନ କାର୍ଯ୍ୟ ଜୋରଦାର କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ସୁରକ୍ଷା ସମ୍ପର୍କିତ ଏହି ବୈଠକରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଦୋଭାଲ, କେନ୍ଦ୍ର ଗୃହ ସଚିବ ଏବଂ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଉପସ୍ଥିତ ଥିଲେ। ବରିଷ୍ଠ ସୁରକ୍ଷା ଅଧିକାରୀମାନେ ଗୃହମନ୍ତ୍ରୀଙ୍କୁ ଭାରତ-ପାକ ସୀମାବର୍ତ୍ତୀ ଅଞ୍ଚଳ ବ୍ୟତୀତ ଦେଶର ସୁରକ୍ଷା ପରିସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories