ନୂଆଦିଲ୍ଲୀ: ଚୀନ ସହଯୋଗରେ ଆଣବିକ ଅସ୍ତ୍ରଶସ୍ତ୍ରର ଆଧୁନିକୀକରଣ କରୁଛି ପାକିସ୍ତାନ। ଚୀନ ସମସ୍ତ ପ୍ରକାର ଜ୍ଞାନ କୌଶଳ ଓ ଆର୍ଥିକ ସହାୟତ ଯୋଗାଉଛି । ଗଣବିଧ୍ୱଂଶୀ ଅସ୍ତ୍ରଶସ୍ତ୍ରର ବି ବିକାଶ କରୁଛି ପାକିସ୍ତାନ। ଏଥିପାଇଁ ହଂକଂ, ସିଙ୍ଗାପୁର, ତୁର୍କୀ ଓ ୟୁଏଇ ଦେଇ ସାମଗ୍ରୀ ଆସୁଛି ବୋଲି ଆମେରିକା ଗୁଇନ୍ଦା ସଂସ୍ଥା ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଥିବା ସୂଚନା ମିଳିଛି।
ରବିବାର ପ୍ରକାଶିତ ଏକ ନୂତନ ଆମେରିକୀୟ ପ୍ରତିରକ୍ଷା ଗୁଇନ୍ଦା ସଂସ୍ଥାର ରିପୋର୍ଟ ଅନୁଯାୟୀ ପାକିସ୍ତାନ ଚୀନ୍ ସାହାଯ୍ୟରେ ଏହାର ପରମାଣୁ ଅସ୍ତ୍ରଶସ୍ତ୍ରକୁ ଉନ୍ନତ କରୁଛି। ଏହାସହିତ ଚୀନ ସାମରିକ ଏବଂ ଆର୍ଥିକ ସହାୟତା ପ୍ରଦାନ କରୁଛି। ଭାରତ ପାଇଁ ବିପଦ ସୃଷ୍ଯି କରିବାକୁ ପାକିସ୍ତାନ ଏହି ଗୁପ୍ତ ଯୋଜନା କରୁଥିବା ଜଣାପଡ଼ିଛି।
ରିପୋର୍ଟରେ କୁହାଯାଇଛି ଯେ ପାକିସ୍ତାନର ସାମରିକ ଶକ୍ତି ଭାରତ ପରି ପଡ଼ୋଶୀ ଦେଶଗୁଡ଼ିକ ସହିତ ସୀମା ସଂଘର୍ଷ ଉପରେ ଧ୍ୟାନ ଦେବ ଏବଂ ଆଗାମୀ ବର୍ଷରେ ଏହାର ପରମାଣୁ ଅସ୍ତ୍ରଶସ୍ତ୍ରକୁ ଆଧୁନିକୀକରଣ କରିବ। ପାକିସ୍ତାନ ତାର ପରମାଣୁ ଅସ୍ତ୍ରଶସ୍ତ୍ରକୁ ଆଧୁନିକୀକରଣ କରୁଛି ଏବଂ ଏହାର ପରମାଣୁ ସାମଗ୍ରୀ ଏବଂ ପରମାଣୁ କମାଣ୍ଡ ଏବଂ ନିୟନ୍ତ୍ରଣର ସୁରକ୍ଷା ବଜାୟ ରଖିଛି। ପାକିସ୍ତାନ ପ୍ରାୟ ନିଶ୍ଚିତ ଭାବରେ ବିଦେଶୀ ଯୋଗାଣକାରୀ ଏବଂ ମଧ୍ୟସ୍ଥିଙ୍କଠାରୁ ଡବ୍ଲ୍ୟୁଏମଡି ପ୍ରଯୁଜ୍ୟ ସାମଗ୍ରୀ ସଂଗ୍ରହ କରେ କରୁଛି।
ଭାରତକୁ ପାରମ୍ପରିକ ଶତ୍ରୁ ଭାବେ ଦେଖୁଥିବା ପାକିସ୍ତାନ ପରମାଣୁ ଅସ୍ତ୍ରଶସ୍ତ୍ର ବିକାଶ ସହ ସାମରିକ ଆଧୁନିକୀକରଣ ପ୍ରୟାସ ଜାରି ରଖିବାକୁ ଯୋଜନା ଚଳାଇଛି। ଏହା ଚୀନ୍ ଠାରୁ ଗଣବିନାଶକ ଅସ୍ତ୍ର (ଡବ୍ଲ୍ୟୁଏମଡି) ପାଇଁ ସାମଗ୍ରୀ ଏବଂ ପ୍ରଯୁକ୍ତିବିଦ୍ୟା ମଧ୍ୟ ପାଉଛି, ଯାହା ହଂକଂ, ସିଙ୍ଗାପୁର, ତୁର୍କୀ ଏବଂ ୟୁଏଇ ଭଳି ଦେଶ ମାଧ୍ୟମରେ ଆସୁଛି।
ପ୍ରତିରକ୍ଷା ଗୁପ୍ତଚର ସଂସ୍ଥାର ନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ଜେଫ୍ରି କ୍ରୁସ୍, ଆମେରିକା ପ୍ରତିନିଧି ସଭାର ସଶସ୍ତ୍ର ସେବା ଗୋଇନ୍ଦା ଏବଂ ସ୍ୱତନ୍ତ୍ର ଅଭିଯାନ ଉପରେ ଉପକମିଟି ପାଇଁ ପ୍ରସ୍ତୁତ ଏକ ରିପୋର୍ଟରେ ଏହା ଲେଖାଯାଇଛି ଏବଂ ଏହି ରିପୋର୍ଟ ସାର୍ବଜନୀନ କ୍ଷେତ୍ରରେ ପ୍ରକାଶ ପାଇଛି।
ଭାରତ ଏବଂ ପାକିସ୍ତାନ ପନ୍ଦର ଦିନ ତଳେ ଯୁଦ୍ଧ ବିରତି ପାଇଁ ରାଜି ହେବା ସହ ସୀମାପାର ସାମରିକ ଆକ୍ରମଣ ଏବଂ ପ୍ରତି-ଆକ୍ରମଣକୁ ବନ୍ଦ କରିବା ପାଇଁ ଏକ ବୁଝାମଣାରେ ପହଞ୍ଚିଥିଲେ।
ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବିରତି ବୁଝାମଣା ପାଇଁ ରାଜି ହେବା ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶ୍ରେୟ ଦାବି କରିଥିଲେ। ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଅନୁସାରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ “ବ୍ୟାଡ୍ ନ୍ୟୁକ୍ଲିୟର ୱାର”ରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁକୁ ରୋକିବା ପାଇଁ ତାଙ୍କ ପ୍ରଶାସନ ଦ୍ୱାରା ମଧ୍ୟସ୍ଥତା କରାଯାଇଥିଲା।



