www.samajalive.in
Saturday, December 6, 2025
17.1 C
Bhubaneswar

ମା’କୁ ପିଟି ପିଟି ମାରିଦେଲା ପୁଅ

ଅନୁଗୁଳ: ଜନ୍ମ କଲା ମା’କୁ ହତ୍ୟା କଲା ପୁଅ। ମା’କୁ ପିଟି ପିଟି ମାରିଦେଇଥିଲା। ହତ୍ୟାକାରୀ ପୁଅକୁ ପୁଲିସ ଅଟକ ରଖି ପଚରାଉଚରା ଜାରି ରଖିଥିବା ସୂଚନା ମିଳିଛି।

ଅନୁଗୁଳ ଜିଲାର ଜରାପଡ଼ା ଥାନା ଅନ୍ତର୍ଗତ ପରାଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। ମା’କୁ ପିଟି ପିଟି ପୁଅ ମାରିଦେଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ ସହ ତଦନ୍ତ ଆରମ୍ଭ କରିଛି। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ଅଭିଯୁକ୍ତ ପୁଅକୁ ଅଟକ ରଖି ପଚରାରଚରା ଜାରି ରଖିଥିବା ଜଣାପଡ଼ିଛି।

- Advertisement -

ମୃତକ ମହିଳାଙ୍କ ନାମ ଶାନ୍ତିଲତା ପେଣ୍ଠୁଈ ବୋଲି ଜଣାପଡ଼ିଛି। ଜରପଡା ଥାନା ପରାଗାଁର ମୁଣ୍ଡିଆ ସାହିରେ ରହୁଥିବା ମା’ ଶାନ୍ତିଲତାଙ୍କ ସହିତ ସାନ ପୁଅ ରଥିର ବିଳମ୍ବିତ ରାତିରେ କୌଣସି କାରଣକୁ ବଚସା ହୋଇଥିଲା। ଏଥିରେ ସାନ ପୁଅ ରଥି ରାଗିଯାଇ ମା’କୁ ଏକ ବାଡ଼ିରେ ପିଟି ଥିଲା। ପୁଅ ରଥିର ମାଡ଼ରେ ମା ଶାନ୍ତିଲତାଙ୍କ ମୁଣ୍ଡ ଫାଟି ଯିବା ସହିତ ଘଟଣାସ୍ଥଳରେ ସେ ବେହୋସ ହୋଇ ପଡି ଯାଇଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ଏବଂ  ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories