www.samajalive.in
Saturday, December 6, 2025
17.1 C
Bhubaneswar

ପବିତ୍ର ସାବିତ୍ରୀ ଅମାବାସ୍ୟା ; ସ୍ୱାମୀଙ୍କର ସୁନ୍ଦର ସ୍ୱାସ୍ଥ୍ୟ ଓ ନିରାମୟ ଦୀର୍ଘ ଜୀବନ ଲାଗି କାମନା କରି ପୂଜାର୍ଚ୍ଚନା କରୁଛନ୍ତି ମହିଳା

ଭୁବନେଶ୍ୱର : ଆଜି ପବିତ୍ର ସାବିତ୍ରୀ ଅମାବାସ୍ୟା । ଜ୍ୟେଷ୍ଠ ମାସର ଅମାବାସ୍ୟା ଦିନ ପାଳନ କରାଯାଏ ସାବିତ୍ରୀ ବ୍ରତ । ଏହି ଦିନ ମହିଳାମାନେ ସ୍ନାନ ଆଦି କାର୍ଯ୍ୟ ସାରି ନୂଆ, ଶାଢୀ ସହ ବିଭିନ୍ନ ସୁହାଗ ଜିନିଷ ପରିଧାନ କରି ବିିଭିନ୍ନ ପ୍ରକାର ଭୋଗ,ଫୁଲ ଆଦି ପୂଜାଚ୍ଚର୍ନା ସହ ଜିନିଷ ନେଇ ବିଭିନ୍ନ ଦେବାଳୟରେ ପୂଜାର୍ଚ୍ଚନା କରି ଥାନ୍ତି । କିଛି ମହିଳା ଘରେ ମଧ୍ୟ ବ୍ରତ ପାଳନ କରନ୍ତି । ଘରକୁ ପୂଜାରୀ ଆସି ବ୍ରତ କଥା ପଢିବା ସହ ପୂଜାର୍ଚ୍ଚନା କରି ଥାନ୍ତି । ମହିଳା ଏହି ଦିନ ଉପବାସ କରି ସ୍ୱାମୀଙ୍କ ଶୁଭ ମନାସି ଥାନ୍ତି । ଫଳ ଆହାର କରନ୍ତି ।

୧୮ ବର୍ଷ ପରେ ମଙ୍ଗଳ-କେତୁଙ୍କ ଶକ୍ତିଶାଳୀ ଯୋଗ; ଜୁନ୍‌ରେ ଏହି ରାଶି ହେବେ ଧନୀ, ବଢିବ ଦରମା, ମିଳିବ ସବୁଥିରେ ସଫଳତା

- Advertisement -

ଏହି ଦିନଟିର ବିଶେଷତ୍ୱ ହେଉଛି, ଦେବୀ ସାବିତ୍ରୀ ନିଜର ଅସାଧାରଣ ପତିଭକ୍ତି ଓ ବୁଦ୍ଧିମତ୍ତା ଯୋଗୁଁ ନାରୀ ସମାଜରେ ଦେବୀ ରୂପେ ପୂଜିତ । ତାଙ୍କର ଏକାଗ୍ର ପତିବ୍ରତା ଧର୍ମ ଆଗରେ ସ୍ୱୟଂ ଯମରାଜ ପରାସ୍ତ ହୋଇ ତାଙ୍କ ସ୍ୱାମୀଙ୍କ ପ୍ରାଣ ଫେରାଇ ଦେଇଥିଲେ । ତେଣୁ ଏହି ଦିନ ପ୍ରତ୍ୟେକ ହିନ୍ଦୁ ସଧବା ନାରୀ ନିଜ ସ୍ୱାମୀଙ୍କର ସୁନ୍ଦର ସ୍ୱାସ୍ଥ୍ୟ ଓ ନିରାମୟ ଦୀର୍ଘ ଜୀବନ ଲାଗି କାମନା କରିଥାନ୍ତି । ଓଡିଶାର ଗାଁ ଠାରୁ ଆରମ୍ଭ କରି ସହରରେ ଏହି ବ୍ରତ ନିଷ୍ଠାର ସହ ପାଳନ କରାଯାଏ । ଟ୍ୱିନ ସିଟିରେ ବିଭିନ୍ନ ମନ୍ଦିର ସହ ନାଗେଶ୍ଵରଟାଙ୍ଗୀ ଶିବ ମନ୍ଦିର ପରିସରରେ ମହିଳାମାନେ ସାବିତ୍ରୀ ବ୍ରତ ପାଳନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି ।

ଆଶ୍ୱସ୍ତି ; କମିଲା ସୁନା , ୨ ହଜାର କମିଲା ଦାମ୍‌!

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories