www.samajalive.in
Sunday, December 14, 2025
19.1 C
Bhubaneswar

ମେ’ ୨୪ରୁ ଯୁକ୍ତ ଦୁଇ ନାମଲେଖା ଆବେଦନ ଆରମ୍ଭ, ଜୁନ ୩୦ ଶେଷ ତାରିଖ

ଡେସ୍କ: ରାଜ୍ୟରେ ଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (+୨) ଶ୍ରେଣୀରେ ନାମଲେଖା ନିମନ୍ତେ ଆବେଦନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିଲାଗି ଆସନ୍ତାକାଲି ଅର୍ଥାତ ମେ’ ମାସ ୨୪ ତାରିଖରୁ ଆବେଦନ ଆରମ୍ଭ ହେବ। ଆସନ୍ତା ଜୁନ ମାସ ୩୦ ତାରିଖ ପର୍ଯ୍ୟନ୍ତ ଆବେଦନ ସମୟସୀମା ରହିଛି। ଛାତ୍ରଛାତ୍ରୀମାନେ କେବଳ ଅନଲାଇନ ମାଧ୍ୟମରେ ସାମସ ପୋର୍ଟାଲରେ ଆବେଦନ କରିପାରିବେ। ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ଉପଶାସ୍ତ୍ରୀ ଶ୍ରେଣୀରେ ନାମଲେଖା ପାଇଁ କରିହେବ ଆବେଦନ।

୨୪.୦୫.୨୫: www.samsodisha.gov.inରେ ଅପରାହ୍ନ ୨ଟାରୁ ଆବେଦନ ଆରମ୍ଭ
୩୦.୦୬.୨୦୨୫: ରାତି ୧୧.୪୫ ମିନିଟ ପର୍ଯ୍ୟନ୍ତ ଅନଲାଇନରେ ହେବ ଆବେଦନ
୦୭.୦୭.୨୦୨୫: ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶନ
୦୮.୦୭.୨୦୨୫ରୁ -୧୪.୦୭.୨୦୨୫: ନିର୍ଦ୍ଧାରିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚୟନିତ ଛାତ୍ରଛାତ୍ରୀଙ୍କ ନାମଲେଖା
୨୧.୦୭.୨୦୨୫: ଦ୍ଵିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶନ
୩୦.୦୭.୨୦୨୫: ସ୍ପଟ ନାମଲେଖା

- Advertisement -

ରାଜ୍ୟରେ ମୋଟ ୨ ହଜାର ୩୭୫ଟି ଉଚ୍ଚ ବିଦ୍ୟାଳୟରେ ୫ ଲକ୍ଷ ୬୦ ହଜାର ୧୫୮ଟି ଆସନ ରହିଛି। ଯୁକ୍ତ ଦୁଇ କଳାରେ ୩ ଲକ୍ଷ ୧୭ ହଜାର ୧୮୮ଟି, ବିଜ୍ଞାନରେ ୧ ଲକ୍ଷ ୭୭ ହଜାର ୩୨୫ଟି, ବାଣିଜ୍ୟରେ ୪୧ ହଜାର ୬୨୬ଟି, ଉପଶାସ୍ତ୍ରୀରେ ୧୩ ହଜାର ୪୪୦ଟି ଓ ଧନ୍ଦାମୂଳକ ଶିକ୍ଷାରେ ୧୦ ହଜାର ୫୮୮ଟି ଆସନ ରହିଛି। ଆସନ୍ତା ଜୁଲାଇ ୨୪ରୁ ଯୁକ୍ତ ଦୁଇ ପାଠପଢା ଆରମ୍ଭ ହେବ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories