www.samajalive.in
Monday, December 15, 2025
15.1 C
Bhubaneswar

ଗାଜାରେ ଇସ୍ରାଏଲର ଆକ୍ରମଣ, ୫୫ ମୃତ

ସମାଜ ଡିଜିଟାଲ ଡେସ୍କ: ଗାଜାରେ ଆକ୍ରମଣ ବନ୍ଦ କରିବାକୁ ଅନ୍ତର୍ଜାତୀୟ ସ୍ତରରେ ଦାବି ହେଉଥିବାବେଳେ ଇସ୍ରାଏଲ ଚୁପ ହେଉନାହିଁ। ଗାଜାରେ ଇସ୍ରାଏଲ ପକ୍ଷରୁ ବାରମ୍ବାର ଆକ୍ରମଣ ଜାରି ରହିଛି। ମଙ୍ଗଳବାର ଇସ୍ରାଏଲ ଗାଜାରେ ଏୟାରଷ୍ଟ୍ରାଇକ କରିଛି। ଆକାଶମାର୍ଗରୁ ବୋମା ବର୍ଷଣ କରିବା ଫଳରେ ୫୫ ଜଣ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ଇସ୍ରାଏଲ ପକ୍ଷରୁ ଏହି ଆକ୍ରମଣ ସମୟରେ ୨ଟି ବାସଗୃହ ଉପରେ ବୋମା ମାଡ଼ କରାଯାଇଛି। ଯେଉଁଥିରେ ଶିଶୁ ଓ ମହିଳାଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଆଉ ଏକ ସ୍କୁଲ ଉପରେ ବୋମା ବର୍ଷଣ କରାଯାଇଛି। ଏଠାରେ ବିସ୍ଥାପିତମାନେ ଆଶ୍ରୟ ନେଉଥିଲେ। ଏଠାରେ ପ୍ରାୟ ୩୭ ଜଣଙ୍କ ମୃତ୍ୟୁ ଘଟିଛି। ଗତ ସୋମବାର ଇସ୍ରାଏଲ ପକ୍ଷରୁ ଦକ୍ଷିଣ ଗାଜାର ଖାନ ୟୁନିସ ସହର ଖାଲି କରିବାକୁ ସତର୍କ କରାଯାଇଥିଲା। ଇସ୍ରାଏଲ ପକ୍ଷରୁ ଏଠାରେ ଯେକୌଣସି ମୁହୂର୍ତ୍ତରେ ଆକ୍ରମଣ କରାଯାଇପାରେ ବୋଲି କୁହାଯାଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories