www.samajalive.in
Saturday, December 6, 2025
16.1 C
Bhubaneswar

ପାଣି ପାଇଁ ଆହୁରି ଡହଳ ବିକଳ ହେବ ପାକିସ୍ତାନ, ଭାରତ ପରେ ଆଫଗାନିସ୍ତାନ ଦେଲା ବଡ ଝଟକା

ସମାଜ ଡିଜିଟାଲ ଡେସ୍କ: ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଏବଂ ସିନ୍ଧୁ ଚଳ ଚୁକ୍ତିନାମାକୁ ସ୍ଥଗିତ କରିଥିଲା । ଫଳରେ ପାକିସ୍ତାନ ପାଣି ପାଇଁ ଡହଲ ବିକଳ ହେଉଥିବା ବେଳେ ଏବେ ଜଳକୁ ନେଇ ପୁଣି ଚିନ୍ତାରେ ପଡିଛି ପାକିସ୍ତାନ । କାରଣ ଭାରତ ସିନ୍ଧୁ ନଦୀ ଜଳ ବନ୍ଦ କରିବା ପରେ ଏବେ ଆଫଗାନିସ୍ତାନ ମଧ୍ୟ ପାକିସ୍ତାନ ଆଡକୁ ପ୍ରବାହିତ ହେଉଥିବା ପାଣିକୁ ରୋକିବା ପାଇଁ ଏକ ବନ୍ଧ ନିର୍ମାଣ କରିବାକୁ ପ୍ରସ୍ତୁତି କରିଥିବାରୁ ପାକିସ୍ତାନକୁ ଏହା ଆଉ ଏକ ଝଟକା ଲାଗିଛି । ତାଲିବାନ ସରକାରଙ୍କ ସେନା ଜେନେରାଲ ମୁବିନ୍‍ କୁନାର ନଦୀ ଉପରେ ନିର୍ମିତ ବନ୍ଧର ଯାଞ୍ଚ କରିଛନ୍ତି ।

ତାଲିବାନ ସରକାର କୁନାର ନଦୀରେ ଏକ ବଡ଼ ବନ୍ଧ ନିର୍ମାଣ କରିବା ନେଇ ଦ୍ରୁତ ଗତିରେ କାମ କରୁଛନ୍ତି । ଯାହାକି ଭବିଷ୍ୟତରେ ପାକିସ୍ତାନ ପାଇଁ ଗମ୍ଭୀର ଜଳ ସଙ୍କଟ ସୃଷ୍ଟି କରିପାରେ । ସୋମବାର ଦିନ ଏକ୍ସରେ ପୋଷ୍ଟ କରି ବେଲୁଚ୍‍ ନେତା ମୀର ୟାର ବାଲୁଚ୍‍ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ‘ତାଲିବାନ ସରକାର ଏକ ବନ୍ଧ ନିର୍ମାଣ କରିବାକୁ ଯାଉଛନ୍ତି, ଯାହାକି ପାକିସ୍ତାନକୁ ପାଣି ପ୍ରବାହକୁ ବନ୍ଦ କରିଦେବ । ଏହି ବନ୍ଧ ନିର୍ମାଣ ଲାଗୀ ପାଣ୍ଠି ସଂଗ୍ରହ କରିବାକୁ ଜେନେରାଲ ମୁବିନ୍‍ ତାଲିବାନ ସରକାରଙ୍କୁ ନିବେଦନ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ପାଣି ଆମର ରକ୍ତ ପରି ଏବଂ ଆମେ ଆମର ରକ୍ତକୁ ଆମ ଶରୀରରୁ ବାହାରକୁ ବହିବାକୁ ଦେଇପାରିବୁ ନାହିଁ ।

- Advertisement -


Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories