www.samajalive.in
Sunday, December 14, 2025
19.1 C
Bhubaneswar

ଡ଼ଙ୍ଗା ଓଲଟି ଜଣେ ନିଖୋଜ, ୪ ବର୍ତ୍ତିଲେ 

ଗୋପାଳପୁର : ଗୋପାଳପୁର ଜେଟି ନିକଟରେ ଆଜି ଭୋର ପ୍ରାୟ ସାଢେ ୫ଟା ସମୟରେ ମାଛ ମାରିବାକୁ ସମୁଦ୍ର ଭିତରକୁ କାତ ଡ଼ଙ୍ଗାରେ ୫ ଜଣ ଯାଉଥିବା ବେଳେ ଡ଼ଙ୍ଗା ଓଲଟି ଜଣେ ନିଖୋଜ ଥିବା ବେଳେ ଚାରି ଜଣ ବର୍ତ୍ତିଥିବା ଜଣାପଡ଼ିଛି । ନିଖୋଜ ଥିବା ବ୍ୟକ୍ତି ଜଣକ ଗୋପାଳପୁର ସତ୍ୟ ସାଇବାବା ସାହିର ବି.ଜେଙ୍ଗମେୟା ବୋଲି ଜଣାପଡ଼ିଛି । ସୂଚନା ପ୍ରକାରେ ଆଜି ଭୋର ପ୍ରାୟ ସାଢେ ୫ ଟା ସମୟରେ କାତ ଡ଼ଙ୍ଗା ସାହାଯ୍ୟରେ ମାଛ ମାରିବାକୁ ୫ ଜଣ ବି.ଜେଙ୍ଗମେୟା, ବି.ବାସୁ,ଏ.ଚିନା, କେ.ଚି଼ନେୟା ଓ ପି.ସିମାଦ୍ରୀ ସମୁଦ୍ର ଭିତରକୁ ଯାଉଥିବା ବେଳେ ପ୍ରାୟ ୧୦୦ ମିଟର ଦୂରତାରେ ଏକ ଉଚ୍ଚ ଜୁଆର ଡଙ୍ଗାକୁ ମାଡ଼ ଦେବାରୁ ଡ଼ଙ୍ଗାଟି ଓଲଟି ଯାଇଥିଲା । ସେଥିରୁ ଚାରି ଜଣ ବର୍ତ୍ତିଯାଇ କୂଳକୁ ଫେରିଥିଲେ । କିନ୍ତୁ ବି.ଜେଙ୍ଗମେୟା କୂଳକୁ ଫେରି ନଥିଲେ । ପରେ ପୂର୍ବରୁ ମାଛ ମାରିବାକୁ ଯାଇଥିବା ଡ଼ଙ୍ଗା ଜାଲ ବିଛାଇ ଦୀର୍ଘ ସମୟ ପର୍ଯ୍ୟନ୍ତ ଖୋଜା ଖୋଜି କରିଥିଲେ। କିନ୍ତୁ କୌଣସି ସନ୍ଧାନ ନ ମିଳିବାରୁ ଅପରାହ୍ନରେ ନିଖୋଜର ପତ୍ନୀ ବି.ପୋତାମ୍ମା ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି ।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories