www.samajalive.in
Saturday, December 6, 2025
14.1 C
Bhubaneswar

ଆଜି ସରିବ ଯୁକ୍ତ ତିନି ଆବେଦନ ଅବଧି

ଭୁବନେଶ୍ବର : ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ୨୦୨୫-୨୬ ଶିକ୍ଷାବର୍ଷରେ ସ୍ନାତକ(+୩)ରେ ନାମଲେଖା ପାଇଁ ଆବେଦନ ଆଜି ଶେଷ ହେବ। ଜାତୀୟ ଶିକ୍ଷାନୀତି-୨୦୨୦ ଅନୁଯାୟୀ ଛାତ୍ରଛାତ୍ରୀ ପାଠ ପଢିବେ। ସୂଚନା ଅନୁଯାୟୀ, ଷ୍ଟୁଡେଣ୍ଟ ଏକାଡେମିକ ମ୍ୟାନେଜମେଣ୍ଟ ସିଷ୍ଟମ(ସାମ୍ସ) ଜରିଆରେ ଛାତ୍ରଛାତ୍ରୀ ଆବେଦନ କରୁଛନ୍ତି। ଗତ ମାସ ୧୬ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ମେ’ ୨୦ ଆବେଦନର ଅନ୍ତିମ ଅବଧି ଥିବାବେଳେ ଆସନ୍ତାକାଲି ରାତି ୧୧ଟା ୪୫ରେ ଆବେଦନ ଶେଷ ହେବ। ମେ’ ୨୧ ଏବଂ ୨୨ ଦୁଇଦିନ ଆବେଦନ ପତ୍ର ଏଡିଟ୍‌ କରିବାର ସୁଯୋଗ ପାଇବେ ଆବେଦନକାରୀ। +୨ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ପରବର୍ତ୍ତୀ ସମୟରେ ମାର୍କସିଟ୍‌ ଦାଖଲ, ମେଧା ତାଲିକା ସହ ଅନ୍ୟ ତାରିଖ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯିବ। ରାଜ୍ୟର ୧୦୫୩ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ଶିକ୍ଷାନୁଷ୍ଠାନରେ ମୋଟ ୨ ଲକ୍ଷ ୭୨ ହଜାର ୬୦୧ ଆସନ ରହିଛି। ଏ ପର୍ଯ୍ୟନ୍ତ ‌ମୋଟ ୧ ଲକ୍ଷ ୧୦ ହଜାରରୁ ଊର୍ଦ୍ଧ୍ବ ଆବେଦନ କଲେଣି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ +୨ ପରୀକ୍ଷା ଫଳ ପ୍ରକାଶ ପ୍ରକାଶ ପାଇ ନଥିବାରୁ ଆବେଦନ ସଂଖ୍ୟା କମ୍ ରହିଛି। ଚଳିତ ବର୍ଷ କଳା ପାଠ୍ୟକ୍ରମରେ ସର୍ବାଧିକ ୧ ଲକ୍ଷ ୫୪ ହଜାର ୮୬୮ ଆସନ ଥିବାବେଳେ ବାଣିଜ୍ୟରେ ୩୨୦୩୮, ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମରେ ୪୦୧୬, ସଂସ୍କୃତରେ ୯,୨୧୨ ଆସନ ରହିଛି। ସେହିପରି ଫିଜିକାଲ ସାଇନ୍ସରେ ୪୪, ୪୯୩ ଆସନ ଥିବାବେଳେ ବାଓଲୋଜିକାଲ ସାଇନ୍ସରେ ୨୭,୯୮୪ ଆସନ ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories