www.samajalive.in
Monday, December 15, 2025
15.1 C
Bhubaneswar

ଲଘୁ ଖଣିଜ ଦ୍ରବ୍ୟ ଚୋରାଭୂଇଁ ପାଲଟିଛି କଲ୍ୟାଣସିଂହପୁର ବ୍ଲକ, ଲକ୍ଷ ଲକ୍ଷ ଟଙ୍କାର ରାଜ୍ୟସ୍ୱ ହାନି

କଲ୍ୟାଣସିଂହପୁର : ଦିନକୁ ଦିନ ଲଘୁ ଖଣିଜ ସମ୍ପଦ ଲୋପ ପାଇବାକୁ ବସିଲାଣି। କିନ୍ତୁ ରାଜସ୍ୱ, ଖଣି, ବନ ଓ ପରିବେଶ ବିଭାଗ ଜାଣିଶୁଣି ଚେଇଁ ଶୋଇ ଥିବାରୁ ପ୍ରାକୃତିକ ସମ୍ପଦ ଲୋପ ପାଇବାକୁ ବସିଛି। ସେହିପରି ବନ୍ୟଜନ୍ତୁ ମଧ୍ୟ ଗାଁ ମୁହାଁ ହେଉଛନ୍ତି। ମାଓ ପ୍ରବଣ ଅଞ୍ଚଳ ହୋଇଥିଲେ ମଧ୍ୟ ବେଆଇନ ଭାବେ ବିସ୍ଫୋରକ ଲଗାଇ ପାହାଡ଼ ଧ୍ବସ୍ତ ବିଧ୍ବସ୍ତ କରି ଚୋରାରେ ରାତି ଅଧିଆ ଶହ ଶହ ଟିପର ପଥର ଆଣି ମାଲାମାଲ ହେଉଛନ୍ତି ଠିକାଦାର ମାନେ। ଗତ ୧୭ ମସିହାରେ ପ୍ରଳାୟଙ୍କାରୀ ନାଗାବଳି ଓ କଲ୍ୟାଣୀ ନଦୀରେ ବନ୍ୟା ଆସି ବିଭନ୍ନ ଗ୍ରାମରେ ପଶି ବହୁ ସମ୍ପଦ ନଷ୍ଟ ହୋଇ ଥିବାରୁ ସରକାରଙ୍କ ପକ୍ଷରୁ ଜଳ ସମ୍ପଦ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟ କରି ନାଗାବଳି ନଦୀ ଦୁଇ ପାର୍ଶ୍ଵରେ ବନ୍ୟା ନିୟନ୍ତ୍ରଣ କରି ଜନ ବସ୍ତିକୁ ରକ୍ଷା କରିବା ପାଇଁ ପଥର ସ୍ପହର ମାନ କରାଯାଉଛି। ଉକ୍ତ ପଥର ସ୍ପହର କରିବା ପାଇଁ କୋଟି କୋଟି ଟଙ୍କାର ପଥର ବିଭିନ୍ନ କ୍ରସର ଠାରୁ କିଣି ଆଣି ନିର୍ମାଣ କରିବାର ନିୟମ ଥିଲେ ମଧ୍ୟ କାର୍ଯ୍ୟକାରୀ ଠିକା ସଂସାର ମାଲିକ ମାନେ ଆଇନକୁ ମାଡିମୋକଚି ଚୋରାରେ ବେଆଇନ ଭାବେ ବିସ୍ପରକ ଲଗାଇ ପଥର ଫୁଟାଇବା ଶହ ରାତି ପ୍ରବଳ ମାତ୍ରାରେ ପଥର ବୋହି ବେଶ ଲାଭବାନ ହେଉଛନ୍ତି। ସେହେପରି କୁମାରଗୁଡା ଗ୍ରାମ ନିକଟସ୍ତ ନଗବଳି ନଦୀ କୂଳରେ ପଥର ସ୍ପହର କରିବା ପାଇଁ ଚୋରାରେ ଅଂଚଳର ବିଭିନ୍ନ ସାଙ୍ଗରକ୍ଷିତ ଜଙ୍ଗଲ ଓ ରାଜସ୍ୱ ଜଙ୍ଗଲରୁ ବହୁଳ ମାତ୍ରାରେ ପାହାଡ଼ ଭାଙ୍ଗି ଖଣି, ପରିବେଶ,ପୋଲିସ, ବନ ଓ ରାଜସ୍ୱ ବିଭାଗର ବିନା ଅନୁମତିରେ ତରବରିଆ ଭାବେ ଚାଷ ଜମି ନଷ୍ଟ କରି ପଥର ପକାଇ କାର୍ଯ୍ୟ ଆରମ୍ଭ କରିଦେଇ ଛନ୍ତି ଠିକାଦାର ଜଣକ। ତରବରିଆ ଭାବେ କାର୍ଯ୍ୟ କରୁଥିବାରୁ ପ୍ରାୟ ଚାରି କୋଟି ଟଙ୍କାର କାର୍ଯ୍ୟ ଅତି ନିମ୍ନମାନର ହୋଇଥିବାରୁ କାର୍ଯ୍ୟ ଆରମ୍ଭରୁ ପଥର ଭୁଶୁଡି ଯିବା ଶହ ମାଟି ଦବି ଯାଉଥିବାରୁ ଠିକାଦାରଙ୍କ କାର୍ଯ୍ୟ କାରିତା ଉପରେ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି।କୌଣସି ଲୋକ କିମ୍ବା ଜମି ମାଲିକ ପଚାରିଲେ ଧମକ ଚମକ ଦେଇ ପାଟି ଚୁପ କରୁଥିବାରୁ ନିରୀହ ଆଦିବାସୀ ମାନେ ଭୟରେ କିଛି କହୁ ନାହାନ୍ତି। ଜଳ ସମ୍ପଦ ବିଭାଗ ଦ୍ୱାରା ପରିଚାଳିତ ହେଉଥିଲେ ମଧ୍ୟ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାଙ୍କ ମଧୁଚନ୍ଦ୍ରିକା ଯୋଗୁ ଅତି ନିମ୍ନମାନର କାର୍ଯ୍ୟ ହେଉଥିବା ଅଭିଯୋଗ କରିଛନ୍ତି ଅଂଚଳବାସୀ। ସରକାରଙ୍କ ଲକ୍ଷଲକ୍ଷ ଟଙ୍କା ରାଜସ୍ୱ ହାନି ହେଉଥିବା ବେଳେ ସରକାରୀ ଅଧିକାରୀ ମାନଙ୍କ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଏଣୁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ କାର୍ଯ୍ୟର ମାନ ଯାଞ୍ଚକରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହୋଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories