www.samajalive.in
Saturday, December 6, 2025
19.1 C
Bhubaneswar

ଅସ୍ତ୍ରବିରତି ୧୮ ଯାଏ ବୃଦ୍ଧି

ନୂଆଦିଲ୍ଲୀ : ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଅସ୍ତ୍ରବିରତିର ସମୟକୁ ଆଉ ୪ଦିନ ବୃଦ୍ଧି କରାଯାଇଛି। ବୁଧବାର ଦୁଇ ଦେଶର ସାମରିକ ଅଧିକାରୀ (ଡିଜିଏମଓ)ସ୍ତରରେ ହୋଇଥିବା କଥାବାର୍ତ୍ତା ଅନୁଯାୟୀ ମେ ୧୮ତାରିଖ ପର୍ଯ୍ୟନ୍ତ ଅସ୍ତ୍ରବିରତି ପାଳନ କରାଯିବ। ମେ ୧୮ରେ ପୁନର୍ବାର ସାମରିକ ଅଧିକାରୀସ୍ତରରେ କଥାବାର୍ତ୍ତା ହୋଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ଅସ୍ତ୍ରବିରତି ସମୟ ବୃଦ୍ଧି ହୋଇଥିବା ସମ୍ପର୍କରେ ଗୁରୁବାର ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି। ଏହା ସହିତ ଦୁଇଦେଶ ସୀମାରେ ସେମାନଙ୍କ ସୈନ୍ୟସଂଖ୍ୟା ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମେ ୧୦ ତାରିଖରେ ଦୁଇଦେଶର ଡିଜିଏମଓ (ସାମରିକ ଅଭିଯାନ ମହାନିର୍ଦେଶକ) ସ୍ତରରେ ପ୍ରଥମେ କଥାବାର୍ତ୍ତା ହୋଇଥିଲା। କଥାବାର୍ତ୍ତା କାଳରେ ଅସ୍ତ୍ରବିରତି ପାଳନ ପାଇଁ ଉଭୟଙ୍କ ମଧ୍ୟରେ ସମ୍ମତି ପ୍ରକାଶ ପାଇଥିଲା। ଏହା ପରେ ମେ ୧୨ରେ ପୁନର୍ବାର କଥାବାର୍ତ୍ତା ହୋଇଥିଲା। ମେ ୧୨ କଥାବାର୍ତ୍ତା କାଳରେ ମେ ୧୪ ତାରିଖ ପର୍ଯ୍ୟନ୍ତ ଅସ୍ତ୍ରବିରତି ପାଳନ କରିବାକୁ ସମ୍ମତି ପ୍ରକାଶ ପାଇଥିଲା। ମେ ୧୪ରେ ପୁଣି ଥରେ ଡିଜିଏମଓ ସ୍ତରରେ କଥାବାର୍ତ୍ତା ହୋଇ ଅସ୍ତ୍ରବିରତିକୁ ମେ ୧୮ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଇସାକ୍‌ ଦାର ପାକିସ୍ତାନ ସିନେଟ୍‌ରେ କହିଛନ୍ତି ଯେ, ବୁଧବାର ଅପରାହ୍ଣରେ ଦୁଇଦେଶର ଡିଜିଏମଓ ହଟ୍ ଲାଇନ ଯୋଗେ କଥାବାର୍ତ୍ତା କରିଥିଲେ। ମେ ୬ ଓ ୭ ତାରିଖ ରାତିରେ ଭାରତ ସେନା ପାକିସ୍ତାନର ମାଟିରେ ଅପରେସନ ସିନ୍ଦୂର ନାମରେ ସାମରିକ ଅଭିଯାନ କରିବା ପରେ ଦୁଇଦେଶ ମଧ୍ୟରେ ଯୁଦ୍ଧ ଉତ୍ତେଜନା ସୃଷ୍ଟି ହୋଇଥିଲା। ୪ଦିନର ଯୁଦ୍ଧ ଉତ୍ତେଜନା ପରେ ମେ ୧୦ରେ ପ୍ରଥମ ଅସ୍ତ୍ରବିରତି ପାଳନ କରାଯାଇଥିଲା।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories