www.samajalive.in
Friday, December 5, 2025
26.1 C
Bhubaneswar

ତୁର୍କୀକୁ କ୍ଷେପଣାସ୍ତ୍ର ବିକିବ ଆମେରିକା, ୩୦୪ ନିୟୁତ ଡଲାର ଚୁକ୍ତି ସ୍ବାକ୍ଷରିତ

ୱାଶିଂଟନ: ତୁର୍କୀକୁ ୩୦୪ ନିୟୁତ ଡଲାର ମୂଲ୍ୟର ଅତ୍ୟାଧୁନିକ କ୍ଷେପଣାସ୍ତ୍ର ବିକ୍ରି କରିବ ବୋଲି ଆମେରିକା ନିଷ୍ପତ୍ତି ନେଇଛି। ତୁର୍କୀର ଇସ୍ତାନବୁଲରେ ଅନୁଷ୍ଠିତ ନାଟୋ ସଂଗଠନର ବିଦେଶ ମନ୍ତ୍ରୀଙ୍କ ବୈଠକରେ ଯୋଗ ଦେବା ଅବସରରେ ଆମେରିକାର ବିଦେଶ ମନ୍ତ୍ରୀ ମାର୍କୋ ରୁବିଓ ଏହି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ତୁର୍କୀ ବର୍ତ୍ତମାନ ଆମେରିକା ନେତୃତ୍ବାଧୀନ ନାଟୋ (ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେସନ)ର ସଦସ୍ୟ ରହିଛି।

ସୂଚନା ମୁତାବକ ୨୨୫ ନିୟୁତ ଡଲାର ମୂଲ୍ୟରେ ୫୩ଟି ଏୟାର ଟୁ ଏୟାର କ୍ଷେପଣାସ୍ତ୍ର ଏବଂ ୮୦ ନିୟୁତ ଡଲାର ମୂଲ୍ୟରେ ୬୦ଟି ବ୍ଲକ୍‌-୨ କ୍ଷେପଣାସ୍ତ୍ର ବିକ୍ରି କରିବାକୁ ତୁର୍କୀ ପକ୍ଷରୁ ଆମେରିକାକୁ ଅନୁରୋଧ କରାଯାଇଥିଲା। ତୁର୍କୀ ନାଟୋ ସଦସ୍ୟ ହୋଇଥିଲେ ସୁଦ୍ଧା ବର୍ତ୍ତମାନ ଆମେରିକାର ବିଷ ଦୃଷ୍ଟିରେ ରହିଛି। ତୁର୍କୀ ଇତିମଧ୍ୟରେ ରୁଷ୍‌ରୁ ମିସାଇଲ ଡିଫେନ୍ସ ସିଷ୍ଟମ କିଣିଥିବା ଏବଂ ତୁର୍କୀ ପ୍ରତି ବିପଦ ସୃଷ୍ଟି କରୁଥିବା ସିରିୟାର କୁର୍ଦିସ ବିଦ୍ରୋହୀଙ୍କୁ ଆମେରିକା ସମର୍ଥନ କରୁଥିବାରୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇପଡିଛି। ଏହି ପରିପ୍ରେକ୍ଷୀରେ ମତାନ୍ତର ଦୂର କରିବାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବାକୁ ତୁର୍କୀ ରାଷ୍ଟ୍ରପତି ତାଇପ୍‌ ଏର୍ଦୋଗାନ୍‌ ଆଗ୍ରହ ପ୍ରକାଶ କରିଥିବା ଜଣାପଡିଛି।

Hot this week

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

Related Articles

Popular Categories