www.samajalive.in
Saturday, December 6, 2025
26.1 C
Bhubaneswar

ଘାଟିରେ ଗାଡି ଓଲଟି ୨୦ରୁ ଉର୍ଦ୍ଧ୍ବ ଆହତ, ୪ ଗୁରୁତର

ପାତ୍ରପୁର :  ବ୍ଳକ ସୀମାନ୍ତ ମହେନ୍ଦ୍ରଗିରୀକୁ ଦର୍ଶନ ପାଇଁ ଆସିଥିବାବେଳେ ଏକ ପିକଅପ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ସେଥିରେ ବସିଥିବା କୋଡ଼ିଏରୁ ଉର୍ଦ୍ଧ ବ୍ୟକ୍ତି ଆହତ ହୋଇଥିବା ଜଣାପଡିଛି। ଆସ୍କା ଢ଼ଉଗାଁ ,କାଳିଆଘାଇ ତମ୍ବାପୁର, ରାମକୃଷ୍ଣ ପୁର ପ୍ରଭୁତି ଗ୍ରାମର ପଚିଶିରୁ ଅଧିକ ଲୋକେ ଆଜି ଏକ ପିକଅପ ଯୋଗେ ମହେନ୍ଦ୍ର ତନୟା ପାହାଡକୁ ସଂକ୍ରାନ୍ତିରେ ଦର୍ଶନ କରିବାକୁ ଆସିଥିଲେ। ଦର୍ଶନ ସାରି ରୋଷେଇ କରି ଖାଇବା ପରେ ଗାଡ଼ିରେ ଫେରୁଥିଲେ। ଏହି ସମୟରେ ଗାଡ଼ିଟି ଅଣ୍ଡଅଣ୍ଡା ଘାଟି ନିକଟରେ ହଠାତ ରାସ୍ତା ଉପରେ ଓଲଟି ପଡ଼ିଥିଲା। ଗାଡ଼ିରେ ଥିବା କୋଡ଼ିଏରୁ ଉର୍ଦ୍ଧ୍ବ ବ୍ୟକ୍ତି ଆହତ ହୋଇଥିଲେ। ଆହତ ମାନେ ହେଲେ ଜୀବନ ସାହୁ, ସୁଭମ ନାୟକ, ବିଷ୍ଟୁଗୌଡ, ଲଡୁ ପରିଡ଼ା, ଦଣ୍ଡପାଣି ରେଡ୍ଡୀ, ଅନାଦି ପ୍ରଧାନ, ସାୟୀ ଶୁଭମ୍ ପରିଡ଼ା, ରିନା ପରିଡ଼ା, ପ୍ରଫୁଲ୍ଲ କୁମାର ସାହୁ, ପ୍ରମୁଖ କୋଡ଼ିଏରୁ ଅଧିକ ଲୋକ ଆହତ ହୋଇଥିଲେ। ଲୋକଙ୍କ ଆର୍ତ୍ତ ଚିକ୍ତାର ଶୁଣି ନିକଟ ଗ୍ରାମର ଲୋକମାନେ ପହଞ୍ଚି ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରିଥିଲେ। ଖବର ପାଇ ପାତ୍ରପୁର ଡ୍ରାଇଭର ମହାସଂଘର କର୍ମକର୍ତ୍ତା ପହଞ୍ଚି ଲୋକଙ୍କୁ ଅଟୋ ଯୋଗେ ପାତ୍ରପୁର ଡାକ୍ତରଖାନାକୁ ଆଣିଥିଲେ। ଏହା ପରେ ପାତ୍ରପୁର ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଅନ୍ୟ ଆହତଙ୍କୁ ଡାକ୍ତରଖାନାକୁ ଆଣିଥିଲେ। ସମସ୍ତ ଆହତଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories