
ଟ୍ରମ୍ପଙ୍କ ୟୁ-ଟର୍ଣ୍ଣ: ‘ଅସ୍ତ୍ରବିରତିରେ ମୁଁ ମଧ୍ୟସ୍ଥତା କରିନି’

ସମାଜ ଡିଜିଟାଲ ଡେସ୍କ: ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ପ୍ରସଙ୍ଗରେ ୟୁ-ଟର୍ଣ୍ଣ ମାରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଦୁଇ ଦେଶ ମଧ୍ୟରେ ହୋଇଥିବା ଅସ୍ତ୍ରବିରତିରେ ସେ ମଧ୍ୟସ୍ଥତା କରିନାହାନ୍ତି ବୋଲି ଟ୍ରମ୍ପ କହିଛନ୍ତି। ସେ କହିଛନ୍ତି, ମୁଁ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ହ୍ରାସ କରିବା ଦିଗରେ ସହାୟତା କରିଛି। କିନ୍ତୁ ମଧ୍ୟସ୍ଥତା କରିଛି ବୋଲି କହିବାକୁ ଚାହୁଁନି।
ଏକ କାର୍ଯ୍ୟକ୍ରମରେ ଟ୍ରମ୍ପ କହିଛନ୍ତି ଯେ, ମୁଁ ଏହା କହିନି ଯେ ମୁଁ ମଧ୍ୟସ୍ଥତା କରିଛି। କିନ୍ତୁ ମୁଁ ଦୁଇ ଦେଶ ମଧ୍ୟରେ ଥିବା ସମସ୍ୟା ସମାଧାନ ଦିଗରେ ସାହାଯ୍ୟ କରିଛି, ଯାହା ଗତ ସପ୍ତାହରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅଧିକ ବିପଜ୍ଜନକ ହେବାକୁ ଯାଉଥିଲା। ସୂଚନାଯୋଗ୍ୟ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଗତ ୧୦ ତାରିଖରେ ଅସ୍ତ୍ରବିରତି ଘୋଷଣା କରାଯାଇଥିଲା।
Comments are closed.