www.samajalive.in
Sunday, December 14, 2025
16.1 C
Bhubaneswar

ଇଂଲଣ୍ଡ ବିପକ୍ଷ ଶୃଙ୍ଖଳା ପାଇଁ ଭାରତୀୟ ମହିଳା କ୍ରିକେଟ ଦଳ ଘୋଷିତ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳ ଚଳିତ ମାସରେ ଇଂଲଣ୍ଡ ଗସ୍ତରେ ଯିବ। ଏହି ଅବସରରେ ଇଂଲଣ୍ଡ ବିପକ୍ଷରେ ୫ଟି ଟି-୨୦ ଏବଂ ୩ଟି ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ। ଏହି ଗସ୍ତ ପାଇଁ ମହିଳା ଦଳ ଘୋଷଣା କରାଯାଇଛି। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ହରମନପ୍ରୀତ କୌର ଅଧିନାୟିକା ଦାୟିତ୍ଵ ତୁଲାଇବେ। ସ୍ମୃତି ମାନ୍ଧାନାଙ୍କୁ ଉପଅଧିନାୟକ ଦାୟିତ୍ଵ ମିଳିଛି।

ମହିଳା ଟି-୨୦ ଦଳରେ ଶେଫାଳି ବର୍ମାଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି। ମହିଳା ପ୍ରିମିୟର ଲିଗରେ ଶେଫାଳୀ ଭଲ ପ୍ରଦର୍ଶନ କରିବା ସହିତ ୩୦୪ ରନ ସଂଗ୍ରହ କରିଥିଲେ। ସେହିପରି ଅଲରାଉଣ୍ଡର ସ୍ନେହ ରାଣାଙ୍କୁ ବି ଟି-୨୦ ଦଳରେ ସାମିଲ କରାଯାଇଛି। ଏହାବ୍ୟତୀତ ସୟାଲି ସତଘରେଙ୍କୁ ଉଭୟ ଦିନିକିଆ ଏବଂ ଟି-୨୦ ଦଳରେ ସ୍ଥାନ ମିଳିଛି। ତେବେ ଦ୍ରୁତ ବୋଲର ରେଣୁକା ସିଂହ ଏବଂ ଅଫ୍‌ ସ୍ପିନର ଶ୍ରେୟଙ୍କା ପାଟିଲଙ୍କୁ ଟିମରେ ସ୍ଥାନ ମିଳିନାହିଁ।

- Advertisement -

ଟି-୨୦ ଦଳ: ହରମନପ୍ରୀତ କୌର(ଅଧିନାୟକ), ସ୍ମୃତି ମାନ୍ଧାନା(ଉପଅଧିନାୟକ), ଶେଫାଳୀ ବର୍ମା, ଜେମିମା ରୋଡ୍ରିକ୍ସ, ତ୍ରୁଚା ଘୋଷ(ଓ୍ବିକେଟ କିପର), ୟାସ୍ତିକା ଭାଟିଆ(ଓ୍ବିକେଟ କିପର), ହରଲିନ ଦେଓଲ, ଦୀପ୍ତି ଶର୍ମା, ସ୍ନେହ ରାଣା, ତଲ୍ଲାପୁରେଡ୍ଡୀ ଚରଣୀ, ଶୁଚି ଉପାଧ୍ୟାୟ, ଅମନଜୋତ କୌର, ଅରୁନ୍ଧତୀ ରେଡ୍ଡୀ, କ୍ରାନ୍ତି ଗୌଡ଼, ସୟାଲୀ ସତଘରେ।

ଦିନିକିଆ ଦଳ: ହରମନପ୍ରୀତ କୌର(ଅଧିନାୟକ), ସ୍ମୃତି ମାନ୍ଧାନା(ଉପଅଧିନାୟକ), ପ୍ରତିକା ରାଓ୍ବଲ, ହରଲିନ ଦେଓଲ, ଜେମିମା ରୋଡ୍ରିକ୍ସ, ତ୍ରୁଚା ଘୋଷ(ଓ୍ବିକେଟ କିପର), ୟାସ୍ତିକା ଭାଟିଆ(ଓ୍ବିକେଟ କିପର), ତେଜଲ ହସବନୀସ, ଦୀପ୍ତି ଶର୍ମା, ସ୍ନେହ ରାଣା, ନଲ୍ଲାପୁରେଡ୍ଡୀ ଚରଣୀ, ଶୁଚି ଉପାଧ୍ୟାୟ, ଅମନଜୋତ କୌର, ଅରୁନ୍ଧତୀ ରେଡ୍ଡୀ, କ୍ରାନ୍ତି ଗୌଡ଼, ସୟାଲ ସତଘରେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories