ସମ୍ବଲପୁର: ସାମାଜିକ ଗଣମାଧ୍ୟମ ଜରିଆରେ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରାଯାଇଥିବା ଭୀମ ଆର୍ମ ପକ୍ଷରୁ ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକ ଓ ବରେଇପାଲି ଥାନାରେ ଅଭିଯୋଗ କରାଯାଇଛି। ଦିଆଯାଇଥିବା ଅଭିଯୋଗ ପତ୍ର ଅନୂଯାୟୀ, ଏକ ସାମାଜିକ ଗଣମାଧ୍ୟମରେ ‘ଜୟ ଭୀମ’କୁ ବିଭିନ୍ନ ପ୍ରକାରର ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରାଯାଇଥିବା ଏକ ଭିଡିଓ ଅପଲୋଡ କରାଯାଇଛି।
ଏହି ଭିଡିଓ ଭାଇରାଲ ହେବାରୁ ଏକ ଘୃଣାତ୍ମକ ବର୍ତ୍ତା ପ୍ରଚାର ହେବାରୁ ସମ୍ବିଧାନର ପ୍ରଣେତା ବାବା ସାହେବ ଡ. ଭୀମ ରାଓ ଆମ୍ବେଦକରଙ୍କ ସମ୍ମାନ ଉପରେ କୁଠାର ଘାତ କରାଯାଇଛି ଏବଂ ଏହା ଦ୍ୱାରା ତାଙ୍କର ଅନୁଗାମୀମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ଏହି ଭିଡିଓ ମାଧ୍ୟମରେ ସମ୍ବଲପୁର ସହରକୁ ଅଶାନ୍ତ କରିବାକୁ ପ୍ରଚେଷ୍ଟା କରାଯାଉଛି। ଏଣୁ ଅଭିଯୁକ୍ତ ମାନଙ୍କୁ ଗିରଫ କରଯାଇ ଆଇନ ଅନୁଯାୟୀ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଅଭିଯୋଗ ପତ୍ରରେ ଦର୍ଶାଯାଇଛି। ଏଥି ସହ ଏଭଳି ଭିଡିଓ ଗୁଡିକର ପ୍ରସାର ରୋକିବାକୁ ପଦକ୍ଷେପ ନେବାକୁ ଦାବି କରାଯାଇଛି। ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକ ଓ ବରେଇପାଲି ଥାନାରେ ଅଭିଯୋଗ ସମୟରେ ଲଙ୍କେଶ ରାବଣ, ଦିନେଶ ମୁଣ୍ଡା, ଲାଲ ବାହାଦୁର ମହାନନ୍ଦ ସମେତ ଭୀମ ଆର୍ମିର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ।



