www.samajalive.in
Saturday, December 13, 2025
26.1 C
Bhubaneswar

ଯାତ୍ରୀବାହୀ ବସ୍‌ରେ ଲାଗିଲା ନିଆଁ ; ୨ ଶିଶୁ ସହ ୫ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଲଖନଉରେ କିସାନ ପଥ୍‌ରେ ବଡ ଦୁର୍ଘଟଣା ଘଟିଛି । ଏଠାରେ ଏକ ବସ୍‌ରେ ନିଆଁ ଲାଗି ୨ ଶିଶୁ ସମେତ ପାଞ୍ଚ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଏହି ବସ୍‌ଟି ବିହାରରୁ ଦିଲ୍ଲୀ ଯାଉଥିଲା । ମାତ୍ର ଲଖନଉରେ ହଠାତ୍‌ ବସ୍‌ରେ ଅଗ୍ନିକାଣ୍ଡ ଘଟିଥିଲା । ବସ୍‌ରେ ପ୍ରାୟ ୮୦ ଜଣ ଯାତ୍ରା କରୁଥିଲେ । ଏହି ଅଘଟଣ ଗୁରୁବାର ଭୋର ୫ଟାରେ ଘଟିଛି ।
ବସ୍‌ରେ ନିଆଁ ଲାଗିବା ନେଇ ଖବର ପାଇବା ମାତ୍ରେ ଅଗ୍ନିଶମ କର୍ମଚାରୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ପୁଲିସ ଠାରୁ ମିଳିଥିବା ପ୍ରାଥମିକ ସୂଚନାନୁଯାୟୀ, ବସ୍‌ର ଜରୁରୀକାଳୀନ ଗେଟ୍‌ ସଠିକ୍‌ ସମୟରେ ଖୋଲି ପାରିନଥିଲା । ଏହି କାରଣରୁ ବସ୍‌ର ପଛରେ ବସିଥିବା ଲୋକେ ଫସି ଯାଇଥିଲେ । ସେମାନନେ ବସ୍‌ରୁ ବାହାରି ନପାରିବାରୁ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ବସ୍‌ରେ କେଉଁ କାରଣରୁ ନିଆଁ ଲାଗିଛି, ତାହାର କୌଣସି ସ୍ପଷ୍ଟତା ମିଳିନଥିବା ବେଳେ ବସ୍‌ରୁ ପାଞ୍ଚ କେଜିର ୨ଟି ସିଲିଣ୍ଡର ଜବତ ହୋଇଛି । ମାତ୍ର ସିଲିଣ୍ଡର ଫାଟିନଥିବା ଜଣାପଡିଛି । ଘଟଣାର ତଦନ୍ତ ପରେ ନିଆଁ ଲାଗିବାର କାରଣ ସ୍ପଷ୍ଟ ହେବ । ବିହାରର ବେଗୁସରାୟରୁ ଦିଲ୍ଲୀ ଯାଉଥିବା ଏକ ଘରୋଇ ବସ୍‌ରେ ପ୍ରାୟ ଭୋର ୫ଟାରେ ହଠାତ୍‌ ନିଆଁ ଲାଗିଥିଲା । ମୃତକଙ୍କ ମଧ୍ୟରେ ୨ ଶିଶୁ, ୨ ମହିଳା ଓ ଜଣେ ପୁରୁଷ ଅଛନ୍ତି ।

ଦେଖନ୍ତୁ ଛାତିଥରା ଭିଡିଓ ; ମାଆ ସହ ଯିବା ବେଳେ ଶିଶୁକୁ ଆକ୍ରମଣ କଲା ଷଣ୍ଢ, ଆଉ ତା’ପରେ..

- Advertisement -

ଏହି ଘଟଣା ପରେ ବସ୍‌ ଚାଳକ ଓ କର୍ମଚାରୀ ସେଠାରୁ ଫେରାର ହୋଇ ଯାଇଛନ୍ତି । ସ୍ଥାନୀୟ ଲୋକେ ଓ ପୁଲିସ ଅନ୍ୟ ଯାତ୍ରୀଙ୍କୁ ବସ୍‌ର କାଚ ଭାଙ୍ଗି ଜୀବନ ରକ୍ଷା କରିଥିଲେ । ଘଟଣାରେ କିଛି ଆହତ ମଧ୍ୟ ହୋଇଛନ୍ତି । ବସ୍‌ରେ ଲାଗିଥିବା ନିଆଁ ୧ କିଲୋମିଟର ପର୍ଯ୍ୟନ୍ତ ଦୃଶ୍ୟମାନ ହେଉଥିବା ସ୍ଥାନୀୟଲୋକେ କହିଛନ୍ତି ।

ବଡ ଖବର ; କମିଲା ସୁନା ଦାମ୍‌, ୭ ହଜାର ହେଲା ଶସ୍ତା!

ଆଉ ୩ ଦିନ.. ରାହୁ-କେତୁଙ୍କ ମହାଚଳନ; ଜାଣନ୍ତୁ ସମସ୍ତ ରାଶି ଉପରେ ପଡିବ କି ପ୍ରଭାବ..

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories