www.samajalive.in
Sunday, December 14, 2025
17.1 C
Bhubaneswar

ଚାନ୍ଦବାଲିରେ ବରିଷ୍ଠ ନାଗରିକଙ୍କ ନୂତନ ଗୃହ ଉଦଘାଟିତ, ୧୦ ବରିଷ୍ଠ ନାଗରିକ ସମ୍ବର୍ଦ୍ଧିତ

ଚାନ୍ଦବାଲି : ଚାନ୍ଦବାଲି ଏନଏସି ଅନ୍ତର୍ଗତ ବ୍ଲକ ରୋଡ଼ରେ ବରିଷ୍ଠ ନାଗରିକଙ୍କ ପାଇଁ ଏକ ନୂତନ ଗୃହ ବୁଧବାର ଉଦଘାଟନ ହୋଇଛି। ମୁଖ୍ୟ ଅତିଥି ଭାବେ ଚାନ୍ଦବାଲି ବିଧାୟକ ଡ଼ ବ୍ୟୋମକେଶ ରାୟ ଉଦଘାଟନ କରିଥିଲେ। ଏହି ଅବସରରେ ବରିଷ୍ଠ ନାଗରିକ ସଂଘ ତରଫରୁ ଏକ ସଭା ଅନୁଷ୍ଠିତ ହୋଇଥିଲ। ସଭାର ସଭାପତିତ୍ୱ ବରିଷ୍ଠ ନାଗରିକ ସଂଘର ସଭାପତି ଅନନ୍ତ ଚରଣ ସେଠୀ କରିଥିବା ବେଳେ ସମ୍ପାଦକୀୟ ବିବରଣୀ ପାଠ ସଂଘର ସମ୍ପାଦକ ପ୍ରମୋଦ ଚନ୍ଦ୍ର ତ୍ରିପାଠୀ କରିଥିଲେ । ସଂଯୋଜକ ରଜନୀକାନ୍ତ ମହାନ୍ତି ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଏନଏସି ଅଧକ୍ଷା ଶାନ୍ତିଲତା ସେଠୀ, ବ୍ଲକ ଅଧକ୍ଷା ମିନତୀ ସୁତାର, ଥାନାଧିକାରୀ ପରେଶ ମହାନ୍ତି, ଷ୍ଟେଟ ବ୍ୟାଙ୍କ ଚିପି ମ୍ୟାନେଜର ଗୋବିନ୍ଦ ଚନ୍ଦ୍ର ନାୟକ, ସଂଘର ଜିଲ୍ଲା ସଭାପତି ଲଲାଟେନ୍ଦୁ ମହାନ୍ତି, ସମ୍ପାଦକ କୈଳାସ ଚନ୍ଦ୍ର ମହାପାତ୍ର ଉପସ୍ଥିତ ରହି ଚାନ୍ଦବାଲି ବରିଷ୍ଠ ନାଗରିକକୁ କେମିତି ଭାବେ ସାହାଯ୍ୟ ସହଯୋଗ କରିହେବ ସେ ବିଷୟରେ ଆଲୋଚନା କରିଥିଲେ।

ପ୍ରଥମେ ଅତିଥି ମାନେ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ସଭା  ଆରମ୍ଭରୁ ପହଳଗାମରେ ମୃତ୍ୟୁ ହୋଇଥିବା ୨୬ ପଯ୍ୟଟକଙ୍କ ପାଇଁ  ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ୮୦ ବର୍ଷରୁ ଉର୍ଦ୍ଧ ସମାଜ ସେବା ସହ ବିଭିନ୍ନ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଥିବା ୧୦ ଜଣ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେମାନେ ହେଲେ ସମାଜସେବୀ କ୍ଷୀରୋଦ ଚନ୍ଦ୍ର ଥାଟୋଇ, ଦମ୍ବୁରୁ ଧର ମହାରଣା, ବଳରାମ ଦାସ, ଶ୍ରୀନାଥ ନାୟକ, ଅକ୍ଷୟ କୁମାର ପଟ୍ଟନାୟକ, ଜୟ କୃଷ୍ଣ ବଳ ଓ ଫକୀର ଚରଣ ରାଉତ। ଶେଷରେ ସଂଘର ଉପସଭାପତି ମୁରଲୀ ଧର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ତାରାପଦ ମହାନ୍ତି, ରବୀନ୍ଦ୍ର ନାଥ ରଣା, କାଁହୁ ଚରଣ ମହାଳିକ, ବେଣୁଧର ନାୟକ, ଶରତ ଚନ୍ଦ୍ର ବେହେରା, ରାଜ କିଶୋର ଦାସ, ଗଙ୍ଗା ଧର ବିଶ୍ୱାଳ ସହ ବହୁ ବରିଷ୍ଠ ନାଗରିକ ସାମିଲ ହୋଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories