www.samajalive.in
Saturday, December 13, 2025
23.1 C
Bhubaneswar

ଚାଷୀଙ୍କ ଉନ୍ନତିରେ ଦେଶର ଉନ୍ନତି ହେବ : ମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡ଼ା : ଚାଷୀଙ୍କ ଉନ୍ନତିରେ ଦେଶର ଉନ୍ନିତି ଉନ୍ନତି ହେବ । ଭୁମିହୀନ ଚାଷୀଙ୍କୁ ସହାୟତା ମିଳିଲେ ସେମାନେ ନିଜ ଜୀବନ ଓ ଜୀବୀକାରେ ଉନ୍ନତି ଆଣି ପାରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର କେନ୍ଦ୍ରାପଡ଼ାଠାର ବାରୋଠାରେ ଚାଷୀ ମହାସମାବେଶ​​‌ରେ ଏହା କହିଛନ୍ତି ।  ଏହି ଅବସରରେ ସେ ’କାଳିଆ’ ଯୋଜନା ଅଧୀନରେ ଭୁମିହୀନ ଚାଷୀଙ୍କୁ ସହାୟତା ରାଶି ପ୍ରଦାନକରି ଶ୍ରୀ ପଟ୍ଟନାୟକ କହିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ କୃଷକଙ୍କ ପାଇଁ ଆରମ୍ଭ କରାଯାଇଥିବା ଯୋଜନାରେ ଭୁମିହୀନ ଚାଷୀଙ୍କୁ ସାମିଲ କରିବା ପାଇଁ ସେ ଅନୁରୋଧ କରିବା ସହିତ ସରକାରଙ୍କୁ ପତ୍ର ଲେଖିଛନ୍ତି ବୋଲି କହିଥିଲେ। ସେହିପରି ’କାଳିଆ’ ଯୋଜନା ଆଜି ଦେଶ ପାଇଁ ଉଦାହରଣ ପାଲଟିଛି ବୋଲି ସେ କହିଛନ୍ତି।

ନିଜ ଅଭିଭାଷଣ ଆରମ୍ଭରେ ସେ ଆତଙ୍କୀ ଆକ୍ରମଣରେ ପ୍ରାଣ ହରାଇଥବା ଦେଶର ବୀର ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ, ଦେଶ ଶହୀଦଙ୍କ ସହିତ ଛିଡା ହୋଇଛି ବୋଲି କହିଥିଲେ।

- Advertisement -

ତେବେ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର (ଡିବିଟି) ଯୋଜନାରେ, ଚିହ୍ନଟ ହୋଇଥିବା ହୋଇଥିବା ଭୂମିହୀନ ଚାଷୀଙ୍କ ଜମା ଖାତାରେ ଟଙ୍କା ଜମା କରାଯିବ। ପ୍ରଥମ ପର୍ଯ୍ୟାୟରେ ’କାଳିଆ’ ଯୋଜନାରେ ରାଜ୍ୟର ପ୍ରାୟ ସାଢ଼େ ଚାରି ଲକ୍ଷ  ଭୂମିହୀନ ଚାଷୀଙ୍କୁ ୫ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯିବ । ରାଜ୍ୟର ମୋଟ ୧୦ ଲକ୍ଷ୍ୟ ଭୁମିହୀନ ଚାଷୀଙ୍କୁ ଜୀବିକା ଅର୍ଜନ ଏବଂ ଆନୁସଙ୍ଗିକ କୃଷି କାର୍ଯ୍ୟ ପାଇଁ ୩ଟି କିସ୍ତିରେ ୧୨,୫୦୦ ଟଙ୍କାର ସହାୟତା ପ୍ରଦାନ କରାଯିବ।

ସେହିପରି ଆସନ୍ତା ୨୨ ତାରିଖରେ ୧୪ ଲକ୍ଷ କ୍ଷୁଦ୍ର ଚାଷୀଙ୍କୁ ସହାୟତା ରାଶି ପ୍ରଦାନ କରାଯିବ ବୋଲି ଜଣାପଡିଛି ।

Hot this week

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

ଚୀନ୍‌ ଉପରେ ଲଗାମ ଲାଗିବ: ଗ୍ରେଟ୍‌ ନିକୋବର ଦ୍ୱୀପରେ ଦ୍ୱିତୀୟ ବିମାନବନ୍ଦର ନିର୍ମାଣ ଆରମ୍ଭ

ନୂଆଦିଲ୍ଲୀ: ଚୀନ୍‌ର ବଢ଼ୁଥିବା ମହତ୍ତ୍ୱାକାଂକ୍ଷାର ଜବାବରେ, ଭାରତ ମଲାକ୍କା ପ୍ରଣାଳୀରେ ଏକ...

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର

ବାଲିପାଟଣା/ ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି।...

Related Articles

Popular Categories