www.samajalive.in
Monday, December 15, 2025
27.1 C
Bhubaneswar

ମାଓବାଦୀ ପରିଚୟ ଦେଇ ଦମ୍ପତିଙ୍କୁ ଆକ୍ରମଣ କରି ଲୁଟ୍, ୨୪ ଘଣ୍ଟାରେ ବାଇକ ଓ ସିନ୍ଦୁକ ଉଦ୍ଧାର

କଲ୍ୟାଣସିଂହପୁର: ମାଓବାଦୀ ପରିଚୟ ଦେଇ ଦମ୍ପତିଙ୍କୁ ଆକ୍ରମଣ କରି ସୁନା ଅଳଙ୍କାର, ସିନ୍ଦୁକ ଲୁଟ୍ ଘଟଣାରେ ପୁଲିସ ତଦନ୍ତ କରି ୨୪ଘଣ୍ଟା ମଧ୍ୟରେ ଚୋରି ବାଇକ ଓ ସିନ୍ଦୁକକୁ ଠାବ କରିଥିବା ଜଣାପଡ଼ିଛି। ବୁଧବାର କଲ୍ୟାଣସିଂହପୁର ପୁଲିସ ଏସଆଇ ହେମନ୍ତ କୁମାର ବରିହା, ଦିଲୀପ ମାଝୀ ଏକ ଦଳ ନେଇ ଏହି ବ୍ଲକର ବିଭିନ୍ନ ଅଞ୍ଚଳ ତଦନ୍ତ କରୁଥିବାବେଳେ ପୂଜାରୀଗୁଡା ପଞ୍ଚାୟତର ପୂଜାରୀଗୁଡା ଯିବା ରାସ୍ତା ଗୁଡ଼ିଆରେ ବାଇକ ଓ ନିକଟସ୍ଥ ଆମ୍ବ ଗଛ ମୂଳରେ ସିନ୍ଦୁକ ଛାଡିଥିବା ପୁଲିସ ଦେଖି ଉଦ୍ଧାର କରିଛି। ଦୁର୍ବୃତ୍ତମାନେ ସିନ୍ଦୁକ ଖୋଲି ନ ପାରି ଫିଙ୍ଗି ଦେଇଥିବା ଜଣାପଡ଼ିଛି। ସେଥିରେ କଣ ଅଛି ଖୋଲିବା ପରେ ଜଣାପଡ଼ିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି। ଏହାର ଅଧିକ ତଦନ୍ତ ଚଳାଇଥିବା ଜଣାପଡ଼ିଛି।

ପ୍ରକାଶ ଥାଉ କି, ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତ ସଦରରେ ଚୋରି ହୋଇଥିବା ପରିବାର ପକ୍ଷରୁ କଲ୍ୟାଣସିଂହପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି। ଏତଲା ଅନୁଯାୟୀ, ଗୋପାଳ ଚେଟି ଉପେନ୍ଦ୍ର, ଗୋପାଳ ଚେଟି ଗୌରୀ, ଦୁଇଟି ପରିବାର ଘରେ ଶୋଇଥିଲେ। ରାତି ୧. ୩୦ରୁ ୨. ୩୦ ମଧ୍ୟରେ ୪ଜଣ ଅଜଣା ବ୍ୟକ୍ତି ମୁହଁରେ କପଡା ବାନ୍ଧି ହାତରେ ଗ୍ଲବ୍ସ ଗୋଡ଼ରେ ସକ୍ସ ପିନ୍ଧି ଘର ଛାତ ଚଢି ଘର ଭିତରେ ପଶି ଉପରେ ଶୋଇଥିବା ଗୋପାଳ ଚେଟି ଗୌରୀ ପରିବାରକୁ ବାହାର ପାର୍ଶ୍ୱରୁ ତାଲା ପକାଇ ତଳ ଘରକୁ ଆସିଥିଲେ। ତଳ ଘରେ ଶୋଇଥିବା ଉପେନ୍ଦ୍ର ଓ ତାଙ୍କ ସ୍ତ୍ରୀଙ୍କୁ ବେକରେ ଛୁରା ଦେଖାଇ ଆଲମାରୀ ଚାବି ମାଗିଥିଲେ ଏବଂ ପିନ୍ଧିଥିବା ୫୮ ଗ୍ରାମର କଳାମାଳି, ୮୦ଗ୍ରାମର ମଙ୍ଗଳସୂତ୍ର, ୩୦ଗ୍ରାମର ମଙ୍ଗଳସୂତ୍ର ଲକେଟ ସହ ଦୁଇଟି ମୋବାଇଲ, ଗୋଟିଏ ବାଇକ ଓ ଆଲମାରୀରେ ଥିବା ଗହଣା ନେଇ ଯାଇଥିବା ଏତଲାରେ ଦର୍ଶାଯାଇଛି। ଆମେ ଚୋର ନୁହେଁ ଆମେ ମାଓବାଦୀ, ଗାନ୍ଧୀକୁ ମାରିବା ପରି ମାରିଦେବୁ ଆଲମାରୀ ଚାବି ଦେ ବୋଲି କହି ଧରିଥିବା ଧାରୁଆ ଅସ୍ତ୍ରରେ ଉପେନ୍ଦ୍ରକୁ ଆକ୍ରମଣ କରିଥିଲେ। ଫଳରେ ଉପେନ୍ଦ୍ରଙ୍କ ହାତରେ ଆଘାତ ଲାଗିଛି। ସିନ୍ଦୁକରେ କେତେ ସୁନା, ରୁପା ଓ ଟଙ୍କା ଥିବା ଜଣାପଡ଼ିନାହିଁ। ସମୁଦାୟ ପ୍ରାୟ ୩୦ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଖବର ପାଇ କଲ୍ୟାଣସିଂହପୁର ଏସ ଆଇ ଦିଲୀପ ମାଝୀ, ଚାନ୍ଦିଲି ପ୍ରସନ୍ନ ବେହେରା, ଏସ ସିପିଓ ଗୌର ହରି ସାହୁ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ସାଇଣ୍ଟିଫିକ ଦଳ ଓ ଅନୁସନ୍ଧନୀ କୁକୁରକୁ ଆଣି ଅଧିକ ତଦନ୍ତ ଚଳାଇଛନ୍ତି। ଦୁର୍ବୃତ୍ତମାନେ ଛୁରୀ ଫ୍ଲାଶ କଟର ଛାଡି ଦେଇଥିବା ଜଣାପଡ଼ିଛି। ପୂର୍ବରୁ ଶିକରପାଇଠାରେ ପ୍ରାୟ ୭ଜଣଙ୍କ ଘରୁ ଚୋରି ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୁଲିସ କାହାରିକୁ ଗିରଫ କରିପାରିନାହିଁ।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories