www.samajalive.in
Monday, December 15, 2025
26.1 C
Bhubaneswar

ପି.ଏମ୍‌.ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ପରୀକ୍ଷାରେ ୧୦୦ ପ୍ରତିଶତ ସଫଳତା

ଫୁଲବାଣୀ : ସି.ବି.ଏସ୍‌.ଇ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଫଳ ଇତି ମଧ୍ୟରେ ପ୍ରକାଶ ପାଇଥିବା ବେଳେ ଏଥିରେ ପି.ଏମ୍‌.ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଉଭୟ ପରୀକ୍ଷାରେ ୧୦୦ ପ୍ରତିଶତ ଦଫଳତା ଲାଭ କରିଛନ୍ତି । ଏହାକୁ ନେଇ ବିଦ୍ୟାଳୟରେ ଖୁସିର ଲହରି ଖେଳିଯାଇଛି । ବିଦ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ପ୍ରକାରେ , ଦଶମରେ ୭୪ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ସମସ୍ତେ ସଫଳତା ଲାଭ କରିଛନ୍ତି ।

ବିଦ୍ୟାଳୟର ଛାତ୍ରୀ ଶ୍ରେୟସୀ ଦିବ୍ୟଦିଶା ୯୬.୨ ପ୍ରତିଶତ ମାର୍କ ରଖି ବିଦ୍ୟାଳୟର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ତନିଶା ପ୍ରିୟା ୯୬ ପ୍ରତିଶତ ମାର୍କ ରଖି ଦ୍ୱିତୀୟ ଏବଂ ପ୍ରିୟାଂଶୁ ମାନସିଂ ୯୫.୬ ପ୍ରତିଶତ ମାର୍କ ରଖି ବିଦ୍ୟାଳୟରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିଭଳି ଦ୍ୱାଦଶ ପରୀକ୍ଷାରେ ୨୭ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇ ସମସ୍ତେ ସଫଳ ହୋଇଛନ୍ତି । ବିଦ୍ୟାଳୟର ଛାତ୍ର ବିଶ୍ୱଜିତ୍‌ ବିଶ୍ୱାଳ ୯୦ ପ୍ରତିଶତ ମାର୍କ ରଖି ବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଛାତ୍ରୀ ଅର୍ପିତା ପଣ୍ଡା ୮୯.୮ ପ୍ରତିଶତ ମାର୍କ ରଖି ଦ୍ୱିତୀୟ ଏବଂ ପିୟୁଶ କୁମାର ପ୍ରଧାନ ୮୯ ପ୍ରତିଶତ ମାର୍କ ରଖି ବିଦ୍ୟାଳୟରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ବିଦ୍ୟାଳୟର ଏହି ସଫଳତା ପାଇଁ ଅଧ୍ୟକ୍ଷ ନରେଶ ଚନ୍ଦ ଜିନାଟା , ପ୍ରଧାନ ଶିକ୍ଷକ ଦିପେଶ କୁମାର ବାରିକ ପ୍ରମୁଖ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଏବଂ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ସୁଭେଚ୍ଛା ଓ ସାଧୁବାଦ ଜଣାଇଛନ୍ତି ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories