www.samajalive.in
Saturday, December 6, 2025
16.1 C
Bhubaneswar

ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନକୁ କିଭଳି ଦର୍ଶାଇଲା ଅନ୍ତର୍ଜାତୀୟ ଗଣମାଧ୍ୟମ

ସମାଜ ଡିଜିଟାଲ ଡେସ୍କ: ପାକିସ୍ତାନରେ ଆତଙ୍କବାଦୀଙ୍କ ବିରୋଧରେ ଅପରେସନ ‘ସିନ୍ଦୂର’ର ସଫଳତା ପରେ ସୋମବାର ରାତି ୮ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ। ମୋଦୀ ନିଜ ସମ୍ବୋଧନରେ ଦେଶକୁ ବିଶ୍ଵାସ ଦେଇ କହିଥି​‌ଲେ ଆମ ଭଉଣୀ, ଝିଅଙ୍କ ମଥାରୁ ସିନ୍ଦୂର ପୋଛିବାର ପରିଣାମ କ’ଣ ହେବ ତାହା ଆଜି ପ୍ରତ୍ୟେକ ଆତଙ୍କୀ, ଆତଙ୍କବାଦୀ ସଂଗଠନ ବୁଝିସାରିଛି। ପ୍ରଧାନମନ୍ତ୍ରୀ ଦେଶର ସୈନ୍ୟ ଶକ୍ତିର ପ୍ରଶଂସା କରି ମୋଦୀ କହିଥିଲେ, ପାକିସ୍ତାନର ଡ୍ରୋନ ଏବଂ କ୍ଷେପଣାସ୍ତ୍ର କିପରି ଭାରତ ସାମ୍ନାରେ ଫଳଶୂନ୍ୟ ହେଲା ତାହା ଦୁନିଆ ଦେଖିଲା। ଭାରତର ସଶକ୍ତ ବାୟୁ ପ୍ରତିରକ୍ଷା ପ୍ରଣାଳୀ ସେଗୁଡ଼ିକୁ ଆକାଶରେ ହିଁ ନଷ୍ଟ କରିଦେଲା।

ପ୍ରଧାନମନ୍ତ୍ରୀଙ୍କ ଏହି ସମ୍ବୋଧନକୁ ଅନ୍ତର୍ଜାତୀୟସ୍ତରର ଗଣମାଧ୍ୟମଗୁଡ଼ିକ ଗୁରୁତ୍ଵ ଦେଇଛନ୍ତି। ଆମେରିକାର ଓ୍ବାଶିଂଟନ ପୋଷ୍ଟ ମୋଦୀଙ୍କ ସମ୍ବୋଧନକୁ ନେଇ ଲେଖିଛି ଯେ, ଭାରତ କେବଳ ନିଜର ସୈନ୍ୟ କାର୍ଯ୍ୟାନୁଷ୍ଠାନକୁ ବନ୍ଦ ରଖିଛି। ଯଦି ଭବିଷ୍ୟତରେ ଦେଶ ଉପରେ କୌଣସି ଆତଙ୍କବାଦୀ ଆକ୍ରମଣ ହୁଏ, ତେବେ ଭାରତ ନିଜ ସର୍ତ୍ତ ଅନୁସାରେ ଜବାବ ଦେବ। ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ, ‘ଯଦି ପାକିସ୍ତାନ ସହ ଆଲୋଚନା ହେବ ତେବେ ଆତଙ୍କବାଦ ଏବଂ ପିଓକେ ଉପରେ ହେବ।

- Advertisement -

ଜାପାନ ଟାଇମ୍ସ ଲେଖିଛି ଯେ, ସୋମବାର ମୋଦୀ ଯୁଦ୍ଧବିରତି ପାଇଁ ଆମେରିକାର ନାଁ ନେଇ ନ ଥିଲେ କି ରାଷ୍ଟ୍ରପତି ଡୋନାଲ୍ଟ ଟମ୍ପଙ୍କୁ ଶ୍ରେୟ ଦେଇ ନ ଥିଲେ। ଏହାର କାରଣ ମୋଦୀ କହିଥିଲେ ଯେ, ଭାରତୀୟ ସେନାର ଆକ୍ରମଣାତ୍ମକ ଢଙ୍ଗକୁ ଦେଇ ପାକିସ୍ତାନ ଅସ୍ତ୍ରବିରତି ପାଇଁ ଦୁନିଆ ଆଗରେ ହାତଯୋଡ଼ୁଥିଲା। ସେଥିଲାଗି ଯେତେବେଳେ ପାକିସ୍ତାନ ଆମକୁ ଅନୁରୋଧ କରି କହିଲା ଯେ ଆଗକୁ ସେ କୌଣସି ପ୍ରକାର ଆତଙ୍କବାଦୀ କାର୍ଯ୍ୟକଳାପ ଅଥବା ସୈନ୍ୟ କାର୍ଯ୍ୟାନୁଷ୍ଠାନରେ ସାମିଲ ହେବ ନାହିଁ, ସେତେବେଳେ ଭାରତ ଏହା ଉପରେ ବିଚାର କରିଥିଲା। ଭାରତ କୌଣସି ପରମାଣୁ ଆକ୍ରମଣର ବ୍ଲାକମେଲକୁ ସହ୍ୟ କରିବ ନାହିଁ ବୋଲି ମୋଦୀଙ୍କ ବାର୍ତ୍ତାକୁ ମଧ୍ୟ ଜାପାନ ଟାଇମ୍ସ ଉଲ୍ଲେଖ କରିଛି।

‘ଦ ଗାର୍ଡିଆନ’ ବି ମୋଦୀଙ୍କ ସମ୍ବୋଧନକୁ ପ୍ରମୁଖତା ଦେଇଛି। ଭାରତ ପାକିସ୍ତାନ ବିରୋଧ​‌ରେ କେବଳ ସୈନ୍ୟ କାର୍ଯ୍ୟାନୁଷ୍ଠାନ ରୋକିଛି। କୌଣସି ପ୍ରକାର ଆତଙ୍କବାଦୀ ଆକ୍ରମଣର ଦୃଢ଼ ଜବାବ ଦିଆଯିବ। ତେବେ ପାକିସ୍ତାନୀ ସେନା ଅଧିକାରୀମାନେ ଭାରତ ସହ ଆଲୋଚନା ବେଳେ କାଶ୍ମୀର ପ୍ରସଙ୍ଗରେ ଅନ୍ୟ ଦେଶରେ ଆଲୋଚନା ହେବା ନେଇ ଭାରତ ସହିତ ବୁଝାମଣା ହୋଇଥିବା କଥା ଏହି ଖବରକାଗଜ ଲେଖିଛି।

ପାକିସ୍ତାନୀ ଗଣମାଧ୍ୟମ ସମା ଟିଭି ନିଜ ଓ୍ବେବସାଇଟରେ ଲେଖିଛି ଯେ, ପ୍ରଦାନମନ୍ତ୍ରୀ ମୋଦୀ ପୁରି ଥରେ ପାକିସ୍ତାନକୁ ଯୁଦ୍ଧର ଧମକ ଦେଇଛନ୍ତି। ପରମାଣୁ ସମ୍ପନ୍ନ ଦୁଇ ପଡ଼ୋଶୀଙ୍କ ମଧ୍ୟରେ କୌଣସି ପ୍ରକାର ସମ୍ଭାବ୍ୟ ବାର୍ତ୍ତା ଉପରେ କଠୋର ସର୍ତ୍ତ ଲାଗୁ କରି ଆଞ୍ଚଳିକ ଉତ୍ତେଜନା ବୃଦ୍ଧି କରିଛନ୍ତି। ମୋଦୀ ଶାନ୍ତି ବାର୍ତ୍ତାର ବିଚାରକୁ ଖାରଜ କରିଦେଇଛନ୍ତି। ଆଲୋଚନା ଏବଂ ଆତଙ୍କବାଦ ଏକାସାଙ୍ଗରେ ଚାଲିପାରିବ ନାହିଁ। ବ୍ୟାପାର ଏବଂ ଆତଙ୍କବାଦ ଏକାସାଥୀରେ ଚାଲିପାରିବ ନାହିଁ। ପାଣି ଏବଂ ରକ୍ତ ଏକାସାଥୀ ପ୍ରବାହିତ ହୋଇପାରିବ ନାହିଁ। ଭାରତ ପାକିସ୍ତାନର ପରମାଣୁ ବ୍ଲାକମେଲକୁ ସହ୍ୟ କରିବ ନାହିଁ ବୋଲି ମୋଦୀ କହିଥିବା ଏହି ଗଣମାଧ୍ୟମ ଲେଖିଛି।

Hot this week

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories