www.samajalive.in
Saturday, December 6, 2025
14.1 C
Bhubaneswar

ମା’ ପୀତବଲି ଦେବୀଙ୍କ ବାର୍ଷିକ ପୂଜା ଅନୁଷ୍ଠିତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଶଙ୍କରାଖୋଲ ଠାରେ ମା ପୀତବଲି ଦେବୀଙ୍କ ଲଠା ପୂଜା ବା ବାର୍ଷିକ ପୂଜା ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ସାମାଜିକ ନାଟକ ପ୍ରତିଯୋଗିତାରେ ଫିରିଙ୍ଗିଆର ଅଗ୍ରଣୀ ସଂସ୍କୃତିକ କ୍ଳବ ପଲ୍ଲିଶ୍ରୀ କଳାକାର ସଙ୍ଘର କଳାକାର ମାନଙ୍କ ଦ୍ୱାରା ଅଭିନୀତ ନାଟକ ସ୍ୱାମୀ ପାଇଁ ପଛେ ନର୍କକୁ ଯିବି ନାଟକ ଶ୍ରେଷ୍ଠ ନାଟକ ଭାବରେ ପ୍ରଥମ ସ୍ଥାନ ଅଧିକାର କରି ଚାମ୍ପିୟନ ହେବା ସହ ପୁରସ୍କୃତ ହୋଇଛି। ଯୁବ ନାଟ୍ୟ ନିର୍ଦେଶକ ସୁବ୍ରତ କୁମାର ମହାନ୍ତିଙ୍କ ନିର୍ଦ୍ଦେଶନାରେ  ଏହି ନାଟକ ଶଙ୍କରାଖୋଲ ଠାରେ ପ୍ରଦର୍ଶିତ ହୋଇଥିଲା। ପ୍ରଭୁ ଜଗନ୍ନାଥଙ୍କ ଏକ ଜମିକୁ ନେଇ ଲାଗି ରହିଥିବା ବିବାଦ ନାଟକର ଶୀର୍ଷକ ରହିଥିବା ବେଳେ ନାଟକଟିରେ ଅନୁଷ୍ଠାନର ସମସ୍ତ କଳାକାର ମାନଙ୍କ ଅଭିନୟ ବେସ ହୃଦୟସ୍ପର୍ଶୀ ହେବା ସହ ଦର୍ଶକଙ୍କୁ ବାନ୍ଧି ରଖିପାରିଥିଲା।
ତିନିଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗିତାରେ ଫିରିଙ୍ଗିଆର ପଲ୍ଲୀଶ୍ରୀ କଳାକାର ସଙ୍ଘ ସହ ବୌଦ୍ଧ ଜିଲ୍ଲାର ଅଡ଼େଣିଗଡ଼ ଓ ଫିରିଙ୍ଗିଆ ବ୍ଲକର କେଲାପଡା ଗାଁର କଳାକାର ମନେ ମଧ୍ୟ ନାଟକ ପ୍ରଦର୍ଶନ କରିଥିବା ବେଳେ ଆଡେଣିଗଡ଼ ଦ୍ଵିତୀୟ ଓ କେଳାପଡା ତୃତୀୟ ସ୍ଥାନ ଅଧିକାର କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories