www.samajalive.in
Sunday, December 14, 2025
15.1 C
Bhubaneswar

ପାକିସ୍ତାନକୁ ସାହାଯ୍ୟ କରିନାହୁଁ- ପ୍ରଶ୍ନ ଉଠିବା ପରେ ଚୀନର ଜବାବ

ସମାଜ ଡିଜିଟାଲ ଡେସ୍କ: ପହଲଗାଓଁ ଆକ୍ରମଣ ପରେ ଭାରତ ଅପରେସନ ସିନ୍ଦୂର ଦ୍ୱାରା ପାକିସ୍ତାନ ଓ ପାକ୍‍ ଅଧିକୃତ କାଶ୍ମୀରେ ଥିବା ଆତଙ୍କବାଦୀଙ୍କ ଶିବିରରେ ବଡ ଆକ୍ରମଣ କରିଥିଲା । ବାୟୁସେନାରୀ ଏହି ଆକ୍ରମଣରେ ଅତି କମରେ ୧୦୦ ଜଣ ଆତଙ୍କବାଦୀ ନିପାତ ହୋଇଥିଲେ ଏବଂ ୯ଟି ଆତଙ୍କବାଦୀ ଆଡ୍ଡା ଧ୍ୱଂସ କରାଯାଇଥିଲା । ଫଳରେ ପାକିସ୍ତାନ ରକ୍ତ ଚାଉଳ ଚୋବାଇଲା ଭଳି ଭାରତ ଆଡକୁ ଡ୍ରୋନ ଏବଂ କ୍ଷେପଣାସ୍ତ୍ର ଦ୍ୱାରା ସୀମାବର୍ତ୍ତୀ ଅଞ୍ଚଳ ଉପରେ ଆକ୍ରମଣ କରିଥିଲା । ହେଲେ ଭାରତୀୟ ବାୟୁସେନା ଏହାର କଡା ଜବାବ ଦେଇଥିଲା । ପାକିସ୍ତାନର ଏଭଳି ଆତଙ୍କ ଖେଳରେ ବିଶ୍ୱର ଅଧିକାଂଶ ଦେଶ ଭାରତ ସପକ୍ଷରେ ଥିବାବେଳେ କିଛି ଦେଶ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ପାକିସ୍ତାନକୁ ସମର୍ଥନ କରିଥିଲେ । ସେମାନଙ୍କ ମଧ୍ୟରେ ଆଗରେ ଥିଲେ ତୁର୍କୀ, ଅଜରବାଇଜାନ ଏବଂ ଚୀନ ।

ତୁର୍କୀ ପାକିସ୍ତାନକୁ ଯୁଦ୍ଧ ଜାହାଜ ପଠାଇଥିବା ବେଳେ ୬ଟି କାର୍ଗୋ ବିମାନରେ ଯୁଦ୍ଧ ସାମଗ୍ରୀ ମଧ୍ୟ ପଠାଇଥିଲା । କୁହାଯାଏ ଯେ ଭାରତ ଉପରେ ମାଡ କରାଯାଇଥିବା ଅଧିକାଂଶ ଡ୍ରୋନ୍‍ ତୁର୍କୀରେ ତିଆରି ହୋଇଥିଲା । ସେପଟେ ଚୀନ ଖୋଲାଖୋଲି ଭାବରେ କହିଛି ଯେ ସେ ପାକିସ୍ତାନର ଏକତା ଏବଂ ଅଖଣ୍ଡତାକୁ ଖୋଲାଖୋଲି ସମର୍ଥନ କରେ । ଏହା ମଧ୍ୟ କୁହାଯାଇଥିଲା ଯେୁ ଚୀନ୍‍ ଖୋଲାଖୋଲି ଭାବରେ ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ସାହାଯ୍ୟ କରିଛି । ଚୀନର କାର୍ଗୋ ବିମାନ ଗୁଡିକ ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଯୋଗାଇଥିଲା । ସୋସିଆଲ ମିଡ଼ିଆରେ ଏହାର ଚର୍ଚ୍ଚା ହେବା ପରେ ଚୀନ ମୁଣ୍ଡ କାମ କରିନଥିଲା ।

- Advertisement -

ଚୀନର ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସ ନିଜର ଏକ୍ସ ଆକାଉଣ୍ଟରେ କହିଛି ଯେ ସମ୍ପ୍ରତି ଅନଲାଇନରେ ବହୁତ ସୂଚନା ଆସୁଛି । ଯେଉଁଥିରେ ଦାବି କରାଯାଉଛି ଯେ ଚୀନର ୱାଇ-୨୦ ରଣନୈତିକ ପରିବହନ ବିମାନ ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ଏବଂ ରିଲିଫ୍‍ ସାମଗ୍ରୀ ପହଞ୍ଚାଇଛି । ଅପରେସନ ସିନ୍ଦୂର ଦ୍ୱାରା ଯେଭଳି ଭାବେ ଭାରତୀୟ ସେନା ଚୀନରେ ନିର୍ମିତ ପାକିସ୍ତାନର ଯୁଦ୍ଧ ସାମଗ୍ରୀକୁ ଧ୍ୱଂସ କରିଛି ଚୀନ ଏଥିରୁ ରକ୍ଷା ପାଇବା ପାଇଁ ଉପାୟ ଖୋଜୁଛି । ପାକିସ୍ତାର ଅନେକ ଯୁଦ୍ଧାସ୍ତ୍ର ଚୀନରେ ହିଁ ନିର୍ମିତ ହୋଇଛି । ହେଲେ ଭାରତ ଏହାକୁ ଭେବ କରି ଧ୍ୱଂସ କରିଥିବାରୁ ଚୀନ ଅନେକ ମାତ୍ରରେ କ୍ଷୁବ୍ଧ ହୋଇଛି । ଏବେ ଚୀନ ଦୁନିଆ ଆଗରେ ନିଜକୁ ଆଉ ଲଜ୍ଜିତ କିପରି ନକରିବ ସେ ଉପାୟ ଖୋଜୁଛି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories