www.samajalive.in
Saturday, December 13, 2025
18.1 C
Bhubaneswar

ମିଥ୍ୟାର ସୌଦାଗର

କଟକ : ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା କ୍ରମଶଃ ବଢ଼ୁଛି ଏବଂ ଏହା ଖୁବ୍‌ ଶୀଘ୍ର ଏକ  ପୂର୍ଣ୍ଣାଙ୍ଗ ଯୁଦ୍ଧରେ ପରିଣତ ହେବାକୁ ଯାଉଛି। ପାକ୍‌ ମାଟି ଓ ଅଧିକୃତ କାଶ୍ମୀରରେ ଥିବା ଆତଙ୍କବାଦୀ ତାଲିମ କେନ୍ଦ୍ରକୁ ଧ୍ବଂସ କରିବାକୁ ଭାରତ ମଙ୍ଗଳବାର ରାତିରେ ଆକ୍ରମଣ ଆରମ୍ଭ କରିବା ପରେ ଇସଲାମାବାଦ କର୍ତ୍ତୃପକ୍ଷ ରକ୍ତମୁଖା ହୋଇ ବୁଧବାର ରାତିରେ ଭାରତର ପଶ୍ଚିମ ସୀମାନ୍ତରେ ଥିବା ଏକାଧିକ ସାମରିକ ଘାଟି ଓ କେନ୍ଦ୍ରକୁ କ୍ଷେପଣାସ୍ତ୍ର ମାଡ଼ କରି ବିଫଳ ହୋଇଛି। ଭାରତର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଏସବୁ କ୍ଷେପଣାସ୍ତ୍ରକୁ ସହଜରେ ନିଷ୍କ୍ରିୟ କରିଦେଇଛି। ଏହା ଛଡ଼ା ପାକିସ୍ତାନୀ ସୈନ୍ୟମାନେ ସୀମାନ୍ତରେ ଭାରତୀୟ ଗ୍ରାମଗୁଡ଼ିକୁ ଆଖିବୁଜା ଗୁଳି ଚଳାଇବାରୁ ଅନେକ ଧନଜୀବନ ହାନି ଘଟିଛି। ଏହାର ମୁକାବିଲା ପାଇଁ ଭାରତ ପଶ୍ଚିମ ସୀମାନ୍ତକୁ ଅଧିକ ସୈନ୍ୟ ସାମନ୍ତ ପଠାଇଛି। ଏଥିରୁ ଜଣାପଡ଼ୁଛି ଯେ ପାକିସ୍ତାନ ଚୁପ୍‌ ନରହି ଯୁଦ୍ଧଂ ଦେହି ଡାକରା ଦେଉଛି। ତେଣୁ ପରିଣତି ଅବଶ୍ୟମ୍ଭାବୀ। ଗୁରୁବାର ଭାରତ ଲାହୋର, ରାଓଲପିଣ୍ଡି ଓ କରାଚିରେ ଥିବା କେତେକ ଗୁରୁତ୍ବପୂର୍ଣ୍ଣ ସାମରିକ ଘାଟି ଉପରେ ଡ୍ରୋନ ଓ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଫଳରେ ସେସବୁ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ଘଟିଛି।

ରାଓଲପିଣ୍ଡି ପାକିସ୍ତାନର ସାମରିକ ମୁଖ୍ୟାଳୟ। ସେଠାରେ ଭାରତୀୟ ଡ୍ରୋନ ଓ କ୍ଷେପଣାସ୍ତ୍ର ପଡ଼ିବା ଅର୍ଥ ସେ ଦେଶର ଦୁର୍ବଳ ସାମରିକ ପ୍ରତିରୋଧ ବ୍ୟବସ୍ଥା ପଦାରେ ପଡ଼ିଛି। ଆହୁରି ମଧ୍ୟ ଏବେ ସେଠାକାର ସେନା ଦପ୍ତର ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରତିଷ୍ଠାନରେ ବହୁ ସଂଖ୍ୟକ ଆତଙ୍କବାଦୀ ସାମୟିକ ଭାବେ ଆତ୍ମଗୋପନ କରିଛନ୍ତି। ଭାରତ ପାଖରେ ନିର୍ଭୁଲ ଗୁଇନ୍ଦା ତଥ୍ୟ ଥିବାରୁ ସେସବୁ ସ୍ଥାନକୁ ଭାରତ ନିଶାଣ କରୁଛି। ଏ ପର‌୍ୟ୍ୟନ୍ତ ଘଟିଥିବା ଘଟଣାବଳୀରୁ ସ୍ପଷ୍ଟ ଜଣାଯାଉଛି ଯେ ପାକିସ୍ତାନର ସାମରିକ କ୍ଷମତା ଦୁର୍ବଳ ତଥା ପୁରୁଣାକାଳିଆ। ଅତ୍ୟାଧୁନିକ ଲଢ଼େଇରେ ସେ ଦେଶ ଅଧିକକାଳ ଭାରତର ମୁକାବିଲା କରିପାରିବ ନାହିଁ। ଦ୍ବିତୀୟତଃ ସେ ଦେଶର ଅର୍ଥନୀତି ଓ ରାଜନୀତିକ ସ୍ଥିତି ଯୁଦ୍ଧ ପାଇଁ ଅନୁକୂଳ ନୁହେଁ। ତୃତୀୟ କଥା ହେଲା ଆତଙ୍କବାଦ ପ୍ରସଙ୍ଗରେ ବିଶ୍ବର ଅଧିକାଂଶ ଦେଶ ପାକିସ୍ତାନକୁ ସମର୍ଥନ କରୁନାହାନ୍ତି। ଏପରି କି ଅଧିକାଂଶ ମୁସଲମାନ ରାଷ୍ଟ୍ର ଏହା ବିରୋଧରେ। କେବଳ ଚୀନ, କାତାର, ତୁର୍କୀ ଭଳି ଅଳ୍ପ କେତେକ ଦେଶ ପାକିସ୍ତାନକୁ ସମର୍ଥନ କରୁଥିବାବେଳେ ଆମେରିକା, ରୁଷିଆ, ଜାପାନ, ୟୁରୋପୀୟ ସଂଘ, ଅଷ୍ଟ୍ରେଲିଆ ଓ ଆହୁରି ଅନେକ ପ୍ରଭାବଶାଳୀ ଦେଶ ଭାରତ ସପକ୍ଷରେ ଅଛନ୍ତି। ଡ୍ରୋନ୍‌ ଓ କ୍ଷେପଣାସ୍ତ୍ର ମାଡ଼ରେ ଥରହର ପାକିିସ୍ତାନ ଏବେ ସଫେଇ ଦେଉଛି ଯେ ସେ ଆତଙ୍କବାଦକୁ ସମର୍ଥନ କରେ ନାହିଁ ଓ ତା ମାଟିରେ କୌଣସି ଆତଙ୍କବାଦୀ ନାହାନ୍ତି। ଏହା ନିର୍ଲଜର ସଫେଇ ସଙ୍ଗେ ସମାନ। ପାକିସ୍ତାନ  ମିଥ୍ୟା ଓ ମୃତ୍ୟୁର  ସୌଦାଗର। ମିଛକୁ ଆଶ୍ରାକରି ଏ ଦେଶ ବଞ୍ଚିଛି। ଭାରତର ଆକ୍ରମଣରେ ନିହତ ଆତଙ୍କବାଦୀ ସର୍ଦାରଙ୍କ ଶେଷକୃତ୍ୟରେ ସେ ଦେଶର ନେତା ଓ ସାମରିକ ଅଧିକାରୀ ସାମିଲ ହୋଇ ସେମାନଙ୍କ କଫିନ୍‌ରେ ଜାତୀୟ ପତାକା ଢ଼ାଙ୍କି ସେମାନଙ୍କୁ ସହିଦ୍‌ ଆଖ୍ୟା ଦେଉଛନ୍ତି। ଟେଲିଭିଜନ କ୍ୟାମେରାର ଏହି ସବୁ ଚିତ୍ରକୁ ଭୁଲ କୁହାଯାଇ ପାରିବ ନାହିଁ। ଏହା ପାକ୍‌ ମିଥ୍ୟାକୁ ପଦାରେ ପକାଉଛି।

- Advertisement -

ପାକିସ୍ତାନ ଯେ ଆତଙ୍କବାଦ ଉତ୍ପାଦନର କେନ୍ଦ୍ର ଓ ବିଶ୍ବ ଆତଙ୍କବାଦର ଜନନୀ ଏ କଥା ସମଗ୍ର ପୃଥିବୀକୁ ଜଣା। ସଫେଇ ଦେଇ ଏହି ଧାରଣାକୁ ବଦଳାଯାଇ ପାରିବନାହିଁ। ଆତଙ୍କବାଦୀଙ୍କୁ ପୋଷୁଥିବା ପାକିସ୍ତାନ ଏବେ  କହୁଛି ଯେ ଭାରତ ଯୁଦ୍ଧ ଭଳି ପରିସ୍ଥିତିକୁ ସୃଷ୍ଟି କରୁଛି ଓ ଉତ୍ତେଜନା ବଢ଼ାଉଛି। ଏହା ନିରାଧାର ଓ କଞ୍ଚା ମିଛ। ଏବେ ବି ସମୟ ଅଛି। ପାକିସ୍ତାନ ଯଦି ସତ୍ୟକୁ ସ୍ବୀକାର କରିବ ପରିସ୍ଥିତି ସ୍ବାଭାବିକ ହୋଇଯିବ। ନଚେତ୍‌ ପରିସ୍ଥିତି କ’ଣ ହେବ ତାହା ଜଳଜଳ ଦେଖାଯାଉଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories