www.samajalive.in
Wednesday, December 10, 2025
26.1 C
Bhubaneswar

ଖୋଲାଖୋଲି ବୁଲିବ ହାଫିଜ୍‍ ସଇଦ୍‍, ଅପରେସନ ସିନ୍ଦୂର ପରେ ରଣନୀତି ବଦଳାଇଲା ପାକ୍‍

ସମାଜ ଡିଜିଟାଲ ଡେସ୍କ: ଭାରତ-ପାକିସ୍ତାନ ଉତ୍ତେଜନା ପରିସ୍ଥିତି ମଧ୍ୟରେ ନୂଆ ଚାଲ ଖେଳିଛିି ପାକିସ୍ତାନ । ଅପରେସନ ସିନ୍ଦୂର ପରେ ରକ୍ତ ଚାଉଳ ଚୋବାଉଥିବା ପାକ୍‍ ଆତଙ୍କବାଦୀଙ୍କୁ ଏବେ ଖୁଲମଖୁଲା ଛାଡି ଦେବାକୁ ଯୋଜନା କରୁଛି । ଫଳରେ ଏବେ ଆତଙ୍କବାଦୀ ହଫିଜ୍‍ ସଇଦ୍‍ ଖୋଲା ଷଣ୍ଢ ଭଳି ବୁଲିବ । କୁଖ୍ୟାତ ଆତଙ୍କୀ ଲସ୍କର-ଏ-ତୋଇବା ମୁଖ୍ୟ ହାଫିଜ୍‍ ସଇଦ୍‍ କୁ ଜେଲରୁ ବାହାର କରିବାକୁ ପୁରା ପ୍ରସ୍ତୁତି ଶେଷ ହୋଇଛି । ଲାହୋର ହାଇକୋର୍ଟରେ ଏନେଇ ଏକ ମାମଲା ଦାୟର ହୋଇଛି । ଏହି ମାମଲାରେ ହାଫିଜ୍‍ ସଇଦ୍‍ ନିଜ ସଜାକୁ ରଦ୍ଦ କରିବାକୁ ଅନୁରୋଧ କରାଯାଇଛି ।

ଜାତିସଂଘ ଅନ୍ତରାଷ୍ଟ୍ରୀୟ ସ୍ତରରେ ହାଫିଜ୍‍ ସଇଦ୍‍ କୁ ଆତଙ୍କବାଦୀ ଭାବେ ଘୋଷଣା କରିବା ପରେ ଏବଂ ଭାରତ ପକ୍ଷରୁ ସମସ୍ତ ତଥ୍ୟ ପ୍ରମାଣ ଦେବା ପରେ ପ୍ରବଳ ଚାପରେ ହାଫିଜକୁ ଗିରଫ କରିଥିଲା ପାକିସ୍ତାନ । ଆତଙ୍କବାଦୀକୁ ପ୍ରତ୍ସୋହିତ କରୁଥିବା ଦେଶ ତାଲିକାରୁ ନିଜକୁ ବାହାର କରିବା ପାଇଁ ପାକିସ୍ତାନ ହାଫିଜ୍‍ ସଇଦ୍‍ ସମେତ କିଛି ଆତଙ୍କବାଦୀଙ୍କୁ ଗିରଫ କରି କୋର୍ଟରେ ଦଣ୍ଡିତ କରିଥିଲା । ୨୦୧୯ରୁ ହାଫିଜ୍‍ ପାକିସ୍ତାନର କୋଟ ଲଖପତ ଜେଲରେ ବନ୍ଦୀ ଥିବା କୁହାଯାଉଛି । ହେଲେ ସତ୍ୟ କିନ୍ତୁ କିଛି ଅଲଗା । ହାଫିଜ୍‍ ସଇଦ୍‍ କେବେ ବି ଜେଲରେ ରହିନାହିଁ । ବରଂ ବାହାରେ ରହି ଆତଙ୍କବାଦୀଙ୍କୁ ଅଧିକ ମାତ୍ରରେ ପ୍ରୋତ୍ସାହିତ କରିଥାଏ । ଏବେ ଆତଙ୍କବାଦୀଙ୍କ ଆଡ୍ଡା ଉପରେ ଭାରତର ଆକ୍ରମଣ ପରେ ପାକିସ୍ତାନ ଖୋଲାଖୋଲି ଭାବରେ ଆତଙ୍କବାଦୀଙ୍କୁ ସମର୍ଥନରେ ବାହାରିଛି ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories