ସମାଜ ଡିଜିଟାଲ ଡେସ୍କ: ଆତଙ୍କବାଦ ବିରୋଧରେ ଭାରତର ଅଭିଯାନ ଅପରେସନ ‘ସିନ୍ଦୂର’କୁ ସାଲ୍ୟୁଟ କରିଛନ୍ତି ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ। ସେ ଭାରତୀୟ ସେନା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଢେର ପ୍ରଶଂସା କରିଛନ୍ତି।
ଅମ୍ବାନୀ କହିଛନ୍ତି, ଅପରେସନ ‘ସିନ୍ଦୂର’ ସୀମାପାର ଆତଙ୍କବାଦ ବିରୋଧରେ ଏକ ଗୁରୁତ୍ଵପୂର୍ଣ୍ଣ ଅଭିଯାନ। ଏହି ଅପରେସନ ଆରମ୍ଭ ହେବା ପରେ ଭାରତର ଜାତୀୟ ଏକତା ଏକ ନୂଆ ସ୍ତରରେ ପହଞ୍ଚିଛି। ଆତଙ୍କବାଦ ବିରୋଧରେ ସମସ୍ତ ଭାରତୀୟ ଦୃଢ଼ ଭାବରେ ସମର୍ଥନ କରିଛନ୍ତି। ଅପରେସନ ‘ସିନ୍ଦୂର’ ଲାଗି ଆମେ ଆମ ଭାରତୀୟ ପାଇଁ ବହୁ ଗର୍ବିତ। ଭାରତ ଏକ ହୋଇ ଛିଡ଼ାହୋଇଛି। ସମସ୍ତ ପ୍ରକାର ଆତଙ୍କବାଦ ବିରୋଧରେ ଭାରତର ଉଦ୍ଦେଶ୍ୟ ଏକ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାହସ ଏବଂ ନିଷ୍ପତ୍ତିମୂଳକ ନେତୃତ୍ଵରେ ଭାରତୀୟ ସେନା ସଠିକ ଭାବେ ଜବାବ ଦେଇଛି।



