ନୂଆଦିଲ୍ଲୀ : ଥାଜମହଲ ସୁରକ୍ଷାକୁ ନେଇ ପୁଣି ଥରେ ହାଇ ଆଲର୍ଟ ଜାରି କରାଯାଇଛି । ନିକଟରେ ପାକିସ୍ତାନରେ ହୋଇଥିବା ଆତଙ୍କୀ ଆକ୍ରମଣ ଓ ଅପରେସନ ସିନ୍ଦୂର ପରେ କେନ୍ଦ୍ରରୁ ସୁରକ୍ଷାକୁ ନେଇ ଖାସ୍ ନିର୍ଦ୍ଦେଶ ଆସିଛି । ଏହା ପରେ ତାଜମହଲର ୟେଲୋ ଜୋନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।
ତାଜମହଲ ପରିସର ଓ ଆଖପାଖ ସୁରକ୍ଷା ଘେରାକୁ ମଜଭୁତ କରାଯାଇଛି । ତାଜମହଲ ୟେଲୋ ଜୋନରେ ହାଇ ଆଲର୍ଟ କରିଦିଆଯାଇଛି । ୯ଟି ଚେକିଂ ବ୍ୟାରିୟର, ୬ ଓ୍ବାଚ୍ ଟାଓ୍ବର ଓ ୮ ବୁଲେଟ ପ୍ରୁଫ୍ ମୋର୍ଚ୍ଚା ୨୪ ଘଣ୍ଟା ଆକ୍ଟିଭ୍ ରହିଛି । ପରିସରର ଭିତରେ ଓ ବାହାରେ ସିସିଟିଭି କ୍ୟାମେରା ଉପରେ କଡା ନଜର ରହିଛି । ତାଜମହଲ ଚାରିପରେ ଚେକିଂ ଫ୍ଲାଇଟ୍ସ ଉପରେ ଅତିରିକ୍ତ ଫୋର୍ସ ନିଯୁକ୍ତ ହୋଇଛି । ଆଖପାଖ ହୋଟେଲକୁ ସବୁବେଳେ ଯାଞ୍ଚ କରାଯାଉଛି ।
ପର୍ଯ୍ୟଟକଙ୍କୁ ସହଯୋଗ ପାଇଁ ଅପିଲ କରାଯିବା ସହ କୌଣସି ବି ସନ୍ଦିଗ୍ଧ ଗତିବିଧି ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଦେଶୀ ପର୍ଯ୍ୟଟକଙ୍କ ସୂଚନା ତୁରନ୍ତ ସ୍ଥାନୀୟ ଗୁଇନ୍ଦା ସମୂହକୁ ଦିଆଯାଉଛି । କୌଣସି ଜଣେ ବି ପର୍ଯ୍ୟଟକ ଯେମିତି ପଞ୍ଜୀକରଣରୁ ବାଦ୍ ନପଡେ ତାହା ସୁନିଶ୍ଚିତ କରିବାକୁ କଡା ନିର୍ଦ୍ଦେଶ ରହିଛି ।



