www.samajalive.in
Saturday, December 6, 2025
17.1 C
Bhubaneswar

ଶୁକ୍ରବାରଠାରୁ ଚାଲିବ ‘ବନ୍ଦେ ଭାରତ’ ଏକ୍ସପ୍ରେସ୍‍

ନୂଆଦିଲ୍ଲୀ : ସଂମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ମଧ୍ୟମ ହାଇସ୍ପିଡ୍‍ ଟ୍ରେନ୍‍ ‘ବନ୍ଦେ ଭାରତ’  ଶୁକ୍ରବାର ଠାରୁ ଚଳାଚଳ କରିବ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଏହି ସର୍ବପ୍ରଥମ ମଧ୍ୟମ ହାଇସ୍ପିଡ୍‍ ଟ୍ରେନ୍‍ ‘ବନ୍ଦେ ଭାରତ’ ଏକ୍ସପ୍ରେସ୍‍  ଚଳାଚଳକୁ ଆସନ୍ତାକାଲି ନୂଆଦିଲ୍ଲୀ ରେଳ ଷ୍ଟେସନ୍‍ରୁ ଶୁଭାରମ୍ଭ କରିବେ। ଏହି ଟ୍ରେନ୍‍ ନୂଆଦିଲ୍ଲୀରୁ କାନ୍‍ପୁର ଓ ଆହ୍ଲାବାଦ୍‍ ଦେଇ ବାରାଣାସୀ ପର୍ଯ୍ୟନ୍ତ ଯାତ୍ରା କରିବ। ଏକ ବିଜ୍ଞପ୍ତି ଅନୁସାରେ ନୂଆଦିଲ୍ଲୀରୁ ବାରାଣାସୀ ପର୍ଯ୍ୟନ୍ତ ରେଳପଥକୁ ଏହା ଆଠ ଘଣ୍ଟାରେ ଅତିକ୍ରମ କରିବ। ସୋମବାର ଓ ଗୁରୁବାରକୁ ଛାଡ଼ି ବାକି ସବୁ ଦିନ ଏହା ଚଳାଚଳ କରିବ। ଏହି ଟ୍ରେନ୍‍ ଘଣ୍ଟା ପ୍ରତି ସର୍ବାଧିକ ୧୬୦ କିଲୋମିଟର ବେଗରେ ଯାତ୍ରା କରିବ।
ଦ୍ରୁତଗତି, ନିରାପଦ ଯାତ୍ରା ଓ ଉତ୍ତମ ସେବା ଏହି ଟ୍ରେନ୍‍ର ବିଶେଷତ୍ୱ। ବନ୍ଦେ ଭାରତ ଏକ୍ସପ୍ରେସ୍‍ରେ ୧୬ଟି ଶୀତତାପ ନିୟନ୍ତ୍ରିତ କୋଚ୍‍ ରହିଛି। ସେଥି ମଧ୍ୟରୁ ଦୁଇଟି ଏଗ୍‍ଜିକ୍ୟୁଟିଭ୍‍ କୋଚ୍‍ ରହିଛି। ସମସ୍ତ କୋଚ୍‍ରେ ସ୍ୱୟଂ ଚାଳିତ ଦ୍ୱାର, ଜିପିଏସ୍‍ ଭିତ୍ତିକ ଅଡିଓ ଭିଜୁୱାଲ ଯାତ୍ରୀ ସୂଚନା ବ୍ୟବସ୍ଥା, ମନୋରଞ୍ଜନ ପାଇଁ ହଟ୍‍ସ୍ପଟ୍‍ ୱାଇଫାଇ ଓ ଆରାମ ଦାୟକ ଆସନ ବ୍ୟବସ୍ଥା ରହିଛି। ପ୍ରତ୍ୟେକ କୋଚରେ ଗୋଟିଏ ଲେଖାଏଁ ପାଣ୍ଟ୍ରି ରଖାଯାଇଛି। ଏଥିରୁ ଯାତ୍ରୀମାନଙ୍କୁ ଗରମ ଖାଦ୍ୟ ଓ ଥଣ୍ଡା ପାନୀୟ ମିଳିପାରିବ। ସଂମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ଟ୍ରେନ୍‍ର ଡିଜାଇନ୍‍ ପ୍ରସ୍ତୁତ କରାଯିବା ସହିତ ନିର୍ମାଣ କରାଯାଇଛି । ସ୍ୱତନ୍ତ୍ର ବ୍ରେକିଂ ବ୍ୟବସ୍ଥା ଯୋଗୁ ଏହା ୩୦ ପ୍ରତିଶତ ବିଜୁଳି ସଞ୍ଚୟ କରିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories