ନୂଆଦିଲ୍ଲୀ : ଭାରତର ସବୁଠାରୁ ଦ୍ରୁତ ଗତି ଟ୍ରେନ ବନ୍ଦେ ଭାରତ ଏକ୍ସପ୍ରେସ ଫେବୃଆରୀ ୧୫ ତାରିଖରେ ଶୁଭାରମ୍ଭ କରାଯିବ। ଏହି ଟ୍ରେନରେ ଯିବା ପାଇଁ ଯାତ୍ରୀ ଗୁରୁବାର ଠାରୁ ଟିକେଟ ବୁକିଂ ଆରମ୍ଭ ହୋଇଯାଇଛି।
ସୂଚନାଯୋଗ୍ୟ ଯେ ନିକଟରେ ରେଳମନ୍ତ୍ରୀ ପିୟୁଷ ଗୋଏଲ ଏହି ଟ୍ରେନର ନାମ ବନ୍ଦେ ଭାରତ ଏକ୍ସପ୍ରେସ ଘୋଷଣା କରିଛନ୍ତି। ଏହି ଟ୍ରେନର ଅଭ୍ୟାସ ସମୟରେ ଘଣ୍ଟାପ୍ରତି ବେଗ ୧୮୦ କିଲୋମିଟରରେ କରାଯାଇଥିଲା। କିନ୍ତୁ ଲୋକମାନଙ୍କ ନେଇ ଏହି ଟ୍ରେନ ଘଣ୍ଟାପ୍ରତି ବେଗ ୧୩୦କିଲୋମିଟର ରହିବ।
ସୂଚନା ଅନୁସାରେ ବନ୍ଦେ ଭାରତ ଏକ୍ସପ୍ରେସ ନୂଆଦିଲ୍ଲୀ ସକାଳ ୬ଟାରୁ ଠାରୁ ଆରମ୍ଭ ହୋଇ ବାରଣାସୀରେ ୨ଟାରେ ପହଞ୍ଚିବ। ସେହିଦିନ ପୁଣି ଦିନ ୩ଟାରେ ଯାତ୍ରା ଆରମ୍ଭ କରି ରାତି ୧୧ଟାରେ ପହଞ୍ଚିବ। ସୋମବାର ଓ ଗୁରୁବାର ଛାଡି ସପ୍ତାହର ଅନ୍ୟ ସମସ୍ତ ଦିନରେ ଏହି ଟ୍ରେନ ଚାଲିବ। ଦିଲ୍ଲୀରୁ ବାରଣାସୀ ଯାତ୍ରା କରିବା ପାଇଁ ସାଧାରଣ ଟିକେଟର ମୁଲ୍ୟ ୧୭୬୦ଟଙ୍କା ରହିଥିବାବେଳେ ଏକଜିକୁଟିଭ ଶ୍ରେଣୀ ପାଇଁ ୩୩୧୦ଟଙ୍କା ରହିଛି। ଟ୍ରେନ ଫେରିବାରେ ସାଧାରଣ ଯାତ୍ରୀଙ୍କ ପାଇଁ ଟିକେଟର ମୂଲ୍ୟ ୧୭୦୦ ଟଙ୍କା ରହିଥିବା ବେଳେ ଏକଜିକୁଟିଭ ଶ୍ରେଣୀ ପାଇଁ ୩୨୬୦ଟଙ୍କା ରହିଛି। ବନ୍ଦେ ଭାରତ ଏକ୍ସପ୍ରେସର ନିର୍ମାଣ ମେକ ଇନ ଇଣ୍ଡିଆ ଦ୍ୱାରା ଚେନ୍ନଇ ସ୍ଥିତ ଇଣ୍ଡିଆନ କୋଚ କାରଖାନାରେ ନିର୍ମାଣ କରାଯାଇଛି। ଏହି ଟ୍ରେନରେ ଯାତ୍ରିଙ୍କ ସୁବିଧା ପାଇଁ ବହୁ ବ୍ୟବସ୍ଥା କରାଯାଇଛି।
ବନ୍ଦେ ଭାରତ ଏକ୍ସପ୍ରେସ ; ଜାଣିଛନ୍ତି କି କେତେ ରହିଛି ଟିକେଟ ମୂଲ୍ୟ?
Popular Categories



