ନୂଆଦିଲ୍ଲୀ : କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡର ଅଧ୍ୟକ୍ଷ ସୁଶିଲ ଚନ୍ଦ୍ରାଙ୍କୁ ନୂତନ ନିର୍ବାଚନ କମିଶନର ଭାବେ ଗୁରୁବାର ନିଯୁକ୍ତି ଦିଆଯାଇଛି। ତିନି ସଦସ୍ୟ ବିଶିଷ୍ଟ ଭାରତୀୟ ନିର୍ବାଚନ କିମଶନରେ ଗତ ଡିସେମ୍ବର ମାସରୁ ଜଣେ ସଦସ୍ୟ ପଦ ଖାଲି ପଡିଥିଲା।
ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା ଏବଂ ଦୁଇ ନିର୍ବାଚନ କମିଶନର ଅଶୋକ ଲାଭସା ଏବଂ ସୁଶିଲ ଚନ୍ଦ୍ରା ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ପରିଚାଳନା କରିବେ। ଚଳିତମାସ ଶେଷ ସୁଦ୍ଧା ଅବା ଆସନ୍ତା ମାସ ପଥମ ସପ୍ତାହରେ ନିର୍ବାଚନ କମିଶନର ନିର୍ବାଚନ ତାରିଖ ଘୋଷଣା କରିବା ଆଶ କରାଯାଉଛି।
ଜଣେ ଆଇଆଇଟି ସ୍ନାତକ ଶ୍ରୀ ଚନ୍ଦ୍ରା, ୧୯୮୦ରେ ଭାରତୀୟ ରାଜସ୍ୱ ସେବା ଅଧିକାରୀ ଭାବେ ଯୋଗଦେଇ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡର ଅଧ୍ୟକ୍ଷ ପଦରୁ ଅବସର ଗ୍ରହଣ କରିଛନ୍ତି।
ସୁଶିଲ ଚନ୍ଦ୍ରା ନୂତନ ନିର୍ବାଚନ କମିଶନର
Popular Categories



