www.samajalive.in
Friday, December 5, 2025
17.1 C
Bhubaneswar

କେନ୍ଦ୍ରରେ ଏନଡିଏ ସରକାର ହେଲେ, ରାଜ୍ୟରେ ସହଯୋଗୀ ଦଳର ମୁଖ୍ୟମନ୍ତ୍ରୀ ହେବା ଦରକାର : ଶିବସେନା

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଏନଡିଏ ସହଯୋଗୀ ଦଳ ବିଜେପି ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଯଦି ଚଳିତ ଲୋକସଭା ନିର୍ବାଚନରେ ଏନଡିଏ ସରକାର ଗଠନ କରେ ଶିବସେନା, ଅକାଳିଦଳ ଭଳି ବହୁ ବଡ ଆଞ୍ଚଳିକ ଦଳକୁ ବଡ ଭୂମିକା ଦେବା ଦରକାର ବୋଲି ଶିବସେନା ନେତା ସଞ୍ଜୟ ରାୱାତ କହିଛନ୍ତି। ସେ ଆହୁରି କହିଛନ୍ତି କେନ୍ଦ୍ର ସରକାର ଗଠନ ପାଇଁ ମେଣ୍ଟ ଚାହୁଁଥିଲେ, ରାଜ୍ୟରେ ସହଯୋଗୀ ଦଳଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦେବା ଦରକାର। ସେହିପରି ଶିବସେନା ସାସଂଦ ଆନନ୍ଦ ରାଓ ଅଡସୁଲ ବିଦେଶରେ ଭାରତର ନାମ ଉଚ୍ଚା କରିବା ପାଇଁ ମୋଦୀଙ୍କୁ ଧନ୍ୟବାଦ ଦେଇଥିଲେ।
ସୂଚନାଯୋଗ୍ୟ ଯେ ଲୋକସଭା ନିର୍ବାଚନକୁ ନଜର ରଖି ବିଜେପି ଶିବସେନାକୁ ମନାଇବାକୁ ସବୁ ସମୟରେ ଚେଷ୍ଟା କରୁଥିବା ନଜିର ରହିଛି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories