ସମାଜ ଡିଜିଟାଲ ଡେସ୍କ: ଦୀଘା ‘ଜଗନ୍ନାଥ ଧାମ’ ବିବାଦ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଘଟଣାରେ ହସ୍ତକ୍ଷେପ କରି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

‘ଏକ୍ସ’ରେ ମଧ୍ୟ ଦୀଘା ଜଗନ୍ନାଥ ମନ୍ଦିର ସମ୍ମୁଖରେ ‘ଜଗନ୍ନାଥ ଧାମ’ ଲେଖାଥିବା ଫଟୋ ଶେୟାର କରି ବିବାଦର ସମାଧାନ କରିବାକୁ ଲେଖିଛନ୍ତି ସୁଦର୍ଶନ।
My humble request to the Hon’ble Prime Minister, Shri @narendramodi ji, to intervene and address the West Bengal government's decision to refer to Jagannath Temple in #Digha as "#JagannathDham." This sacred title is exclusively associated with Puri, Odisha. The use of this term… pic.twitter.com/HZHJ02CEJb
— Sudarsan Pattnaik (@sudarsansand) May 6, 2025
ସେ ଲେଖିଛନ୍ତି, ‘‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମୋର ବିନମ୍ର ଅନୁରୋଧ ଯେ, ପଶ୍ଚିମବଙ୍ଗ ସରକାରଙ୍କ ଦୀଘା ଜଗନ୍ନାଥ ମନ୍ଦିରକୁ ‘ଜଗନ୍ନାଥ ଧାମ’ ଭାବରେ ସମ୍ବୋଧିତ କରିବାର ନିଷ୍ପତ୍ତିରେ ହସ୍ତକ୍ଷେପ କରନ୍ତୁ ଏବଂ ଏହାର ସମାଧାନ କରନ୍ତୁ। ଏହି ପବିତ୍ର ଉପାଧି କେବଳ ଓଡ଼ିଶାର ପୁରୀ ସହିତ ଜଡ଼ିତ। ଅନ୍ୟ ଏକ ସ୍ଥାନ ପାଇଁ ଏହି ଶବ୍ଦର ବ୍ୟବହାର ବ୍ୟାପକ ଦ୍ୱନ୍ଦ୍ୱ ସୃଷ୍ଟି କରିଛି ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଗଣିତ ଭକ୍ତଙ୍କ ଭାବାବେଗକୁ ଗଭୀର ଆଘାତ ଦେଇଛି। ଏହି ଚର୍ଚ୍ଚିତ ଧାର୍ମିକ ପରିଚୟର ପବିତ୍ରତା ଏବଂ ଅନନ୍ୟତାକୁ ବଜାୟ ରଖିବା ପାଇଁ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ। ଜୟ ଜଗନ୍ନାଥ।’’



