www.samajalive.in
Saturday, December 6, 2025
26.1 C
Bhubaneswar

୧୦ରୁ ଦୁଇଦିନିଆ ଗସ୍ତରେ ଆସିବେ ଅମିତ ଶାହା

ଭୁବନେଶ୍ବର : ଆସନ୍ତା ୧୦ରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ବିଜ୍ଞାନ ଶିକ୍ଷା କ୍ଷେତ୍ରରେ ଓଡ଼ିଶା ଆଉ ଏକ ପାଦ ଆଗକୁ ବଢ଼ିବାକୁ ଯାଉଛି। ରାଜ୍ୟରେ ଫରେନ୍‌ସିକ୍‌ ବିଶ୍ବବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ୍‌ ପ୍ରତିଷ୍ଠା କରାଯିବ, ଯାହାକି ଭାରତରେ ଦ୍ବିତୀୟ ଫରେନ୍‌ସିକ୍‌ ବିଶ୍ବବିଦ୍ୟାଳୟ ହେବ। ଏହାକୁ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଶାହା ଜଟଣୀରେ ଶିଳାନ୍ୟାସ କରିବା କାର୍ଯ୍ୟକ୍ରମ ରହିଛି ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଶ୍ରୀ ସାମଲ କହିଛନ୍ତି, କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଶାହା ଆସନ୍ତା ୧୦ତାରିଖରେ ଓଡ଼ିଶା ଆସୁଛନ୍ତି। ଭୁବନେଶ୍ବରରେ ପହଞ୍ଚିବା ପରେ ସେଠାରୁ ଜଟଣୀ ଯାଇ ଫରେନ୍‌ସିକ୍‌ ବିଶ୍ବବିଦ୍ୟାଳୟର ଶିଳାନ୍ୟାସ କରିବେ। ସନ୍ଧ୍ୟାରେ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ସହିତ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଏକ ବୈଠକରେ ଯୋଗଦେବେ। ସେଠାରୁ ଫେରି ଭୁବନେଶ୍ବରରେ ରାତ୍ରିଯାପନ କରିବେ। ୧୧ରେ ସମ୍ବଲପୁର ଗସ୍ତ କରି ମା’ ସମଲେଶ୍ବରୀଙ୍କ ଦର୍ଶନ କାର୍ଯ୍ୟକ୍ରମ ରହିଛି। ସମ୍ବଲପୁରରେ କିଛି ପ୍ରକଳ୍ପ ଶିଳାନ୍ୟାସ କରିବା ସହିତ ଜନସାଧାରଣଙ୍କୁ ସମ୍ବୋଧିତ କରିବେ। ସମ୍ବଲପୁର କାର୍ଯ୍ୟକ୍ରମ ସାରି ଶ୍ରୀ ଶାହା ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କରିବେ ଏବଂ ଅପରାହ୍ଣରେ ଭୁବନେଶ୍ବର ଜନତା ମଇଦାନରେ କିଛି ପ୍ରକଳ୍ପ ଶିଳାନ୍ୟାସ ସହିତ ଜନସାଧାରଣଙ୍କୁ ସମ୍ବୋଧିତ କରି ସନ୍ଧ୍ୟାରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବା କାର୍ଯ୍ୟସୂଚୀ ସ୍ଥିର ହୋଇଥିବା ଶ୍ରୀ ସାମଲ ସୂଚନା ଦେଇଛନ୍ତି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories