www.samajalive.in
Saturday, December 6, 2025
16.1 C
Bhubaneswar

କିଟ୍‌ ଛାତ୍ରୀ ମୃତ୍ୟୁ: ନେପାଳ ମନ୍ତ୍ରୀଙ୍କ ଉଦ୍‌ବେଗ

ଭୁବନେଶ୍ଵର: କିଟ୍ ବିଶ୍ଵବିଦ୍ୟାଳୟରେ ନେପାଳୀ ଛାତ୍ରୀ ମୃତ୍ୟୁ ମାମଲା । ଉଦବେଗ ପ୍ରକାଶ କଲେ ନେପାଳ ବୈଦେଶିକ ମନ୍ତ୍ରୀ ଆରଜୁ ରାଣା ଦେଉବା। ଘଟଣାର ସତ୍ୟାସତ୍ୟ ଯାଞ୍ଚ ନେଇ ସେ ସୋସିଆଲ ମିଡିଆଲ ଏକ୍ସରେ ପୋଷ୍ଟ କରିଛନ୍ତି । ସେ କହିଛନ୍ତି ଏହି ଘଟଣା ଆମକୁ ଗଭୀର ଦୁଃଖ ଦେଇଛି। ଏହି ଘଟଣାର ତଦନ୍ତ ପାଇଁ କୂଟନୈତିକ ପଦକ୍ଷେପ ଆରମ୍ଭ କରିଛୁ।  ଏ ନେଇ ଭାରତ ସରକାର ଏବଂ ଓଡିଶା ସରକାରଙ୍କ ସହ ଆଲୋଚନା ଜାରି ରହିଛି।

ଗୁରୁବାର  କିଟ୍‌ ବିଶ୍ଵବିଦ୍ୟାଳୟରେ ଜଣେ ନେପାଳୀ ଛାତ୍ରୀଙ୍କର ସନ୍ଦେହଜନଭାବେ ମୃତ୍ୟୁ ହୋଇଛି ।  ମୃତ ଛାତ୍ରୀ  ପ୍ରୀଶା ସାହା କମ୍ପ୍ୟୁଟର ସାଇନ୍ସର ପ୍ରଥମ ବ୍ୟାଚ୍‌ ବୋଲି ଜଣାପଡିଛି। ତାଙ୍କ ଘର ନେପାଳର ବୀରଗଞ୍ଜ ଅଞ୍ଚଳରେ । ସେ ୪ ନମ୍ବର ଛାତ୍ରୀ ନିବାସରେ ରହୁଥିଲେ । ତାଙ୍କର ମୃତ ଦେହକୁ ହଷ୍ଟେଲ ଭିତରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ଏହା ହତ୍ୟା ନା ଆତ୍ମହତ୍ୟା ନା ଅନ୍ୟ କୌଣସି କାରଣରୁ ମୃତ୍ୟୁ ତାହା ପୁଲିସ ତଦନ୍ତ କରୁଛି । ଇନଫୋସିଟି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ କରୁଛି । ଗତ କିଛିଦିନ ତଳେ ପୁରୁଷ ବନ୍ଧୁଙ୍କ ଉତ୍ପୀଡନରେ ଜଣେ ନେପାଳୀ ଛାତ୍ରୀ ଆତ୍ମହତ୍ୟା କରିଥିଲେ । ଏହାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories