www.samajalive.in
Saturday, December 13, 2025
23.1 C
Bhubaneswar

ପରୀକ୍ଷାବେଳେ ଛାତ୍ରଙ୍କୁ କୁକୁଡ଼ା କାଟିବାକୁ ନିର୍ଦେଶ ଦେଇ ଶିକ୍ଷକ ନିଲମ୍ବିତ

ଉଦୟପୁର: ରାଜସ୍ଥାନର ଏକ ସରକାରୀ ସ୍କୁଲରେ ବାର୍ଷିକ ପରୀକ୍ଷା ଚାଲିଥିବାବେଳେ ଜଣେ ପରୀକ୍ଷାର୍ଥୀଙ୍କୁ କୁକୁଡା କାଟିବାକୁ ନିର୍ଦେଶ ଦେଇଥିବା ଅଭିଯୋଗରେ ସ୍କୁଲର ଜଣେ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଛି। ମୋହନଲାଲ ଡୋଡା ନାମକ ଏହି ଶିକ୍ଷକ ଜଣେ ଛାତ୍ରଙ୍କୁ ପରୀକ୍ଷା ଅଧାରେ କୁକୁଡା କାଟି ଏହାର ଛାଲ ପରିଷ୍କାର କରିବାକୁ ନିର୍ଦେଶ ଦେଇଥିଲେ। କୁକୁଡା ମାଂସ ଘରକୁ ନେବା ଲକ୍ଷ୍ୟରେ ଶିକ୍ଷକ ଏଭଳି ଘୃଣ୍ୟ କାର୍ଯ୍ୟ କରିଥିବା କୁହାଯାଇଛି। ଅନ୍ୟ ପରୀକ୍ଷାର୍ଥୀଙ୍କ ଅଭିଯୋଗକୁ ଆଧାର କରି ଶିକ୍ଷା ମନ୍ତ୍ରୀ ବାବୁଲାଲ ଖରାରିଙ୍କ କାନରେ ଏକଥା ପଡିଥିଲା। ସଂପୃକ୍ତ ଶିକ୍ଷକଙ୍କୁ ନିଲମ୍ବନ କରି ତଦନ୍ତ ଚଳାଇବାକୁ ମନ୍ତ୍ରୀ ସ୍ଥାନୀୟ ଏସଡିଓଙ୍କୁ ନିର୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ମୋହନଲାଲ ପ୍ରାୟ ମାସକ ପୂର୍ବେ ସ୍କୁଲରେ ନିଯୁକ୍ତ ରୋଷେୟାକୁ ବିଦା କରିଥିବାରୁ ଛାତ୍ରଙ୍କୁ ମଧ୍ୟାହ୍ନ ଭୋଜନ ମିଳୁନଥିବା ଅଭିଯୋଗ ହୋଇଛି।

Hot this week

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

ଚୀନ୍‌ ଉପରେ ଲଗାମ ଲାଗିବ: ଗ୍ରେଟ୍‌ ନିକୋବର ଦ୍ୱୀପରେ ଦ୍ୱିତୀୟ ବିମାନବନ୍ଦର ନିର୍ମାଣ ଆରମ୍ଭ

ନୂଆଦିଲ୍ଲୀ: ଚୀନ୍‌ର ବଢ଼ୁଥିବା ମହତ୍ତ୍ୱାକାଂକ୍ଷାର ଜବାବରେ, ଭାରତ ମଲାକ୍କା ପ୍ରଣାଳୀରେ ଏକ...

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର

ବାଲିପାଟଣା/ ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି।...

Related Articles

Popular Categories