www.samajalive.in
Sunday, December 14, 2025
23.1 C
Bhubaneswar

ଶିଶୁଙ୍କ ଦୀର୍ଘ, ସୁସ୍ଥ ଭବିଷ୍ୟତ ପାଇଁ ଜେନେଟିକ୍‌ ସ୍କ୍ରିନିଂ, ଆଇଭିଏଫର ଲାଭ

କଟକ : ପିଲାଙ୍କ ଉତ୍ତମ ସ୍ୱାସ୍ଥ୍ୟ, ଦୀର୍ଘ ଓ ସୁସ୍ଥ ଜୀବନ ସର୍ବଦା ପିତାମାତା ଇଚ୍ଛା କରନ୍ତି। ଏଥିପାଇଁ ଶିଶୁ ଜନ୍ମ ହେବା ପୂର୍ବରୁ ଗର୍ଭରେ ଥିବା ଅବସ୍ଥାରେ ସୁସ୍ଥ ଶିଶୁ ପାଇଁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଖାଦ୍ୟ ସେବନ ସହ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ୍‌ ହେବାକୁ ମାଆଙ୍କୁ ପରାମର୍ଶ ଦିଆଯାଏ। ମାତ୍ର ଅନେକ ସମୟରେ ଲୋକଙ୍କ ପାଇଁ ବଂଶାନୁଗତ ସ୍ୱାସ୍ଥ୍ୟ ସମସ୍ୟା ଏକ ଚିନ୍ତାର କାରଣ ପାଲଟିଥାଏ । ଯେହେତୁ ପ୍ରଜନନ ଚିକିତ୍ସା ଅଧିକ ସଠିକ ଏବଂ ବ୍ୟକ୍ତିଗତ ହୋଇ ଯାଇଛି, ବିଜ୍ଞାନ ବର୍ତ୍ତମାନ ଗର୍ଭାବସ୍ଥା ଆରମ୍ଭ ହେବା ପୂର୍ବରୁ ଏଭଳି ସମସ୍ୟା ଗୁଡିକର ଅନେକ ସମାଧାନ ପ୍ରଦାନ କରୁଛି।

ଏସମ୍ପର୍କରେ କଟକ ବିର୍ଲା ଫର୍ଟିଲିଟି ଆଣ୍ଡ ଆଇଭିଏଫର ଫର୍ଟିଲିଟି ସ୍ପେଶାଲିଷ୍ଟ ଡଃ ରସ୍ମିନ ସାହୁ କହିଛନ୍ତି, ଚଳିତ ବିଶ୍ୱ ସ୍ୱାସ୍ଥ୍ୟ ଦିବସରେ ଏହା ଜାଣିବା ଉଚିତ ଯେ, ଆଇଭିଏଫ କରାଉଥିବା ଦମ୍ପତିମାନେ କିଭଳି ଏବେ ପ୍ରିଇମ୍ପ୍ଲାନ୍‌ଟେଶନ ଜେନେଟିକ ଟେଷ୍ଟିଙ୍ଗ (ପିଜିଟି) ମାଧ୍ୟମରେ ନିଜର ପିଲାମାନଙ୍କ ଭବିଷ୍ୟତ ପାଇଁ ସୂଚିତ ଓ ସଶକ୍ତ ନିଷ୍ପତି ନେଇପାରିବେ। ପିଜିଟି ହେଉଛି ଏକ ବୈଜ୍ଞାନିକ ପଦ୍ଧତି ଯାହା ମାଧ୍ୟମରେ ଏମ୍ବ୍ରାୟୋଲୋଜିଷ୍ଟମାନେ ଇମ୍‌ପ୍ଲାନଟେଶନ ପୂର୍ବରୁ ବଂଶଗତ ଅସ୍ୱଭାବିକତା ସମ୍ପର୍କରେ ଜାଣିବା ପାଇଁ ଏମ୍ବ୍ରୋ ବା ଭୃଣର ସ୍କ୍ରିନିଂ କରିପାରିବେ। ଏହି ପ୍ରକ୍ରିୟା ଭୃଣର ଫର୍ଟିଲାଇଜେଶନ ଓ ଫର୍ମେଶନ ସହିତ ଆରମ୍ଭ ହୋଇଥାଏ। ଭୃଣରୁ ଏକ ଛୋଟ ନମୁନା ନିଆଯାଇଥାଏ ଏବଂ କ୍ରୋମୋଜୋମାଲ କିମ୍ବା ବଂଶଗତ ସମସ୍ୟାକୁ ଚିହ୍ନଟ କରିବା ପାଇଁ ଏହାର ଡିଏନଏକୁ ବିଶ୍ଳେଷଣ କରାଯାଇଥାଏ।

- Advertisement -

୩ ପ୍ରକାରର ପିଜିଟି ରହିଛି, ପ୍ରତ୍ୟେକ ଟେଷ୍ଟିଂକୁ ଭିନ୍ନ ଭିନ୍ନ ସମସ୍ୟାକୁ ଚିହ୍ନଟ କରିବା ପାଇଁ ସ୍କ୍ରିନିଂ ପାଇଁ ଡିଜାଇନ କରାଯାଇଛି। ପିଜିଟି-ଏ (ଆନ୍ୟୁପ୍ଲଏଡି ପାଇଁ): ଏହା ଏକ ଭୃଣରେ ସଠିକ ସଂଖ୍ୟକ କ୍ରୋମୋଜୋମ ରହିଛି କି ନାହିଁ ତାହା ଚିହ୍ନଟ କରିଥାଏ। ଏହା ନିର୍ଦ୍ଦିଷ୍ଟ ରୂପେ ଅଧିକ ମାତୃତ୍ୱ ବୟସର ମହିଳା, ବାରମ୍ବାର ଆଇଭିଏଫ ବିଫଳତା, ଗର୍ଭପାତର ସମ୍ମୁଖୀନ ହେଉଥିବା କିମ୍ବା ପୁରୁଷ ବନ୍ଧ୍ୟାପଣ ସମସ୍ୟାରେ ପୀଡିତ ମହିଳାଙ୍କ ପାଇଁ ଲାଭଦାୟକ ଅଟେ ।
ପିଜିଟି-ଏମ (ମୋନୋଜେନିକ ଡିଜଅର୍ଡର ପାଇଁ): ଏହି ପରୀକ୍ଷା ଗୋଟିଏ ସିଙ୍ଗଲ ଜିନ୍‌ ମଧ୍ୟରେ ମ୍ୟୁଟେଶନ କାରଣରୁ ହେଉଥିବା ମୋନୋଜେନିକ ରୋଗଗୁଡିକୁ ଟାର୍ଗେଟ କରିଥାଏ । ପିଜିଟି-ଏମ ସ୍କ୍ରିନିଂ ବିଶେଷ କରି ସିକିଲ ସେଲ ରୋଗ, ନ୍ୟୁରୋଫାଇବ୍ରୋମାଟୋସିସ କିମ୍ବା ଫ୍ୟାମିଲିଆଲ ମେଲାନୋମା ଭଳି ବଂଶଗତ ରୋଗ ଥିବା ଦମ୍ପତିମାନଙ୍କ ପାଇଁ ଉପଯୋଗୀ ଅଟେ ।

ପିଜିଟି-ଏସଆର(ଷ୍ଟ୍ରକ୍‌ଚରାଲ ରିଆରେଞ୍ଜମେଂଟ୍‌ସ ପାଇଁ): ଯେତେବେଳେ ଜଣେ ଅଭିଭାବକଙ୍କର କ୍ରୋମୋଜୋମାଲ ରିଆରେଞ୍ଜମେଂଟ (ଏକ ଡୁପ୍ଲିକେଶନ କିମ୍ବା ଡିଲେଶନ ଭଳି) ରହିଥାଏ, ଯାହା ସେମାନଙ୍କୁ ବୋଧ ହୁଏ ପ୍ରଭାବିତ କରିନପାରେ କିନ୍ତୁ ସେମାନଙ୍କର ସନ୍ତାନଙ୍କଠାରେ ସମସ୍ୟାର କାରଣ ହୋଇପାରେ, ସେତେବେଳେ ଏହି ଟେଷ୍ଟିଂକୁ ବ୍ୟବହାର କରାଯାଇଥାଏ ।

ଏହି ସମସ୍ତ ପରୀକ୍ଷା ଦ୍ୱାରା ଦମ୍ପତିମାନେ ନିଜ ଶିଶୁଙ୍କ ନିକଟରେ ବଂଶଗତ ରୋଗର ବିପଦରୁ ରକ୍ଷା କରିପାରିବେ ।
ଏହା ବିଫଳ ଇମ୍ପ୍ଲାନ୍‌ଟେଶନକୁ ରୋକିପାରିବେ ଏବଂ ଗର୍ଭପାତର ସମ୍ଭାବନାକୁ ମଧ୍ୟ ହ୍ରାସ କରିପାରିବେ। ଏହାସହ ସେମାନେ ସୁସ୍ଥ ଶିଶୁ ଜନ୍ମର ସମ୍ଭାବନାକୁ ବଢାଇପାରିବେ । ଆଜିର ସମୟରେ ଜେନେଟିକ ସ୍କ୍ରିନିଂର ଗୁରୁତ୍ୱ ସମ୍ପର୍କରେ ବର୍ଣ୍ଣନା କରି ଡଃ ରସ୍ମିନ ସାହୁ କହିଛନ୍ତି, ଅଧିକରୁ ଅଧିକ ଦମ୍ପତି କର୍ମକ୍ଷେତ୍ର, ଆର୍ଥିକ କିମ୍ବା ବ୍ୟକ୍ତିଗତ କାରଣରୁ ପିତାମାତା ହେବାରେ ବା ଗର୍ଭଧାରଣରେ ବିଳମ୍ବ କରୁଥିବାରୁ ଏହି ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ପିଜିଟି ଦମ୍ପତିମାନଙ୍କୁ ସେମାନଙ୍କର ଅଭିଭାବକତ୍ୱ ସମୟସୀମା ଉପରେ ସାଲିସ ନକରି ଏଭଳି କିଛି ବିପଦଗୁଡିକୁ ହ୍ରାସ କରିବା ପାଇଁ ଅନୁମତି ଦେଇଥାଏ । ଜେନେଟିକ ସ୍କ୍ରିନିଂ ଆପଣଙ୍କ ପରିବାରର ସ୍ୱାସ୍ଥ୍ୟକୁ ଫ୍ୟୁଚର-ପ୍ରୁଫ କରିବା ପାଇଁ ଏକ ଉତମ ମାଧ୍ୟମ ଅଟେ।

ମେ’ରେ ଶକ୍ତିଶାଳୀ ଗ୍ରହଙ୍କ ମହାଚଳନ: ଏହି ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା, ହେବେ ମାଲାମାଲ୍‌, କିଣିବେ ଘର,ଗାଡି..

ଦେଖନ୍ତୁ ଭିଡିଓ; କୁଲ୍‌ଫି ଖାଇବା ବେଳେ ବାହାରିଲା ବ୍ଲେଡ୍‌,ଆଉ ତା’ପରେ..

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories