www.samajalive.in
Sunday, December 14, 2025
19.1 C
Bhubaneswar

ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ , ମୁରାସୁର ଦରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଘାଟିତ 

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଗୋଡଭଗାକ୍ୟାମ୍ପ ଜଗନ୍ନାଥ ମନ୍ଦିର ଉପଲକ୍ଷେ ମୁରାସୁର ଦରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଭାପତି ସୁନୀଲ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ କଳାମାଟୀ ସରପଞ୍ଚ ସୁଷମା ସାହୁ,ପୂର୍ବତନ ଜିଲ୍ଲାପରିଷଦ ସଭ୍ୟା ସଂଯୁକ୍ତା ପ୍ରଧାନ, ଗୋଡଭଗା ସରପଞ୍ଚ ମଞ୍ଜୁଲତା ସେଟ, ଲହଣ୍ଡା ସରପଞ୍ଚ ଅର୍ଜୁନ ନାଏକ, ଦୁଲମପୁର ସରପଞ୍ଚ ଭି.ଭେଙ୍କେନା ବାବୁ, କଳାମାଟି ସମିତି ସଭ୍ୟା ରୀନା ତରିଆ, ଗୋଡଭଗା ସମିତି ସଭ୍ୟା ପଙ୍କଜିନି ବାଗ ପ୍ରମୁଖଙ୍କୁ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା ।
ଏହାପରେ ଅତିଥିମାନଙ୍କ ଦ୍ୱାରା  ପ୍ରଦୀପ ପ୍ରଜ୍ୱଳନ ଓ ନଡିଆ ବାଡେଇ କାର୍ଯ୍ୟକ୍ରମକୁ ଶୁଭ ଉଦଘାଟିତ କରାଯାଇଥିଲା । ମୁରାସୁର ଦରବାର କାର୍ଯ୍ୟକ୍ରମରେ ରାଜା କର୍ଣ୍ଣାଟକେଶ୍ୱରଙ୍କ ନଗର ପରିକ୍ରମା ଓ ମୁରାସୁରଙ୍କ ନଗର ପରିକ୍ରମା ଅନୁଷ୍ଠିତ ହୋଇଥିଲା । ନଗର ପରିକ୍ରମା ଶ୍ରୀ ଜଗନ୍ନାଥ ମନ୍ଦିରରୁ ବାହାରି ସମଲେଶ୍ୱରୀ ମନ୍ଦିର ପର୍ଯ୍ୟନ୍ତ ଯାଇ ଗୋଡଭଗା କଲେଜ ପଡିଆସ୍ଥିତ ଦରବାରକୁ ପ୍ରତ୍ୟାବର୍ତ୍ତନ କରିଥିଲା। ଦରବାରରେ ରାଜା କର୍ଣ୍ଣାଟକେଶ୍ୱରଙ୍କୁ ମୁରାସୁର ଗାଦିଚ୍ୟୁତ କରି ରାଜ୍ୟ ଅଧିକାର କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories