ସମାଜ ଡିଜିଟାଲ ଡେସ୍କ: ଜାମ୍ମୁ-କାଶ୍ମୀରର ପହଲଗାଓଁ ଆକ୍ରମଣ ଘଟଣାକୁ ବିଶ୍ଵବ୍ୟାପୀ ନିନ୍ଦା କରାଯାଇଛି। ଅନ୍ତର୍ଜାତୀୟ ସ୍ତରରେ ଭାରତକୁ ବହୁମାତ୍ରାରେ ସମର୍ଥନ ମିଳୁଛି। ଏହି କ୍ରମରେ ଆମେରିକା ଏକ ବଡ଼ ଘୋଷଣା କରିଛି। ପହଲଗାଓଁ ଆକ୍ରମଣରେ ସମ୍ପୃକ୍ତ ଆତଙ୍କୀମାନଙ୍କୁ ଧରିବାରେ ଆମେରିକା ଭାରତକୁ ସହଯୋଗ କରିବ ବୋଲି କହିଛି। ଟ୍ରମ୍ପ ପ୍ରଶାସନରେ ରାଷ୍ଟ୍ରୀୟ ଗୁଇନ୍ଦା ନିର୍ଦେଶକ ଥିବା ତୁଳସୀ ଗବାର୍ଡ ଏହି ଘୋଷଣା କରିଛନ୍ତି। ଏହି ଆକ୍ରମଣକୁ ସେ କଡ଼ା ଶବ୍ଦରେ ନିନ୍ଦା କରିବା ସହିତ ଭାରତୀୟଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।
ତୁଳସୀ ନିଜ ଏକ୍ସ’ ଆକାଉଣ୍ଟରେ ଏକ ପୋଷ୍ଟରେ ଲେଖିଛନ୍ତି, ଏହି ଭୟାବହ ଇସଲାମିକ ଆତଙ୍କୀ ଆକ୍ରମଣ ପରେ ଆମେ ଭାରତ ସହିତ ଛିଡ଼ା ହୋଇଛୁ। ଯେଉଁମାନେ ନିଜ ପ୍ରିୟଜନମାନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ମୋର ଗଭୀର ସମବେଦନା ରହିଛି। ଆମେ ଆପଣଙ୍କ ସହିତ ରହିଛୁ ଏବଂ ଏହି ଗଘନ୍ୟ ଆକ୍ରମଣ ପାଇଁ ଦାୟୀ ଆତଙ୍କୀଙ୍କୁ ଧରିବାରେ ଭାରତକୁ ସହଯୋଗ କରିବୁ।
We stand in solidarity with India in the wake of the horrific Islamist terrorist attack, targeting and killing 26 Hindus in Pahalgam. My prayers and deepest sympathies are with those who lost a loved one, PM @narendramodi, and with all the people of India. We are with you and…
— DNI Tulsi Gabbard (@DNIGabbard) April 25, 2025



