www.samajalive.in
Saturday, December 6, 2025
15.1 C
Bhubaneswar

ସଂସଦ ବ୍ୟାରିକେଡ୍‌କୁ ଧକ୍କା ଦେଲା ସାଂସଦଙ୍କ କାର

ନୂଆଦିଲ୍ଲୀ: ସଂସଦରେ ବଜେଟ ଅଧିବେଶନ ଚାଲିଥିବାବେଳେ ମଙ୍ଗଳବାର ଏକ ଅପ୍ରୀତିକର ଘଟଣା ଘଟିଛି। ଜଣେ ସାଂସଦଙ୍କ କାର ସଂସଦ ପରିସରସ୍ଥ ବ୍ୟାରିକେଡ୍‌କୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ପରେ କାରଟିର ଗୋଟିଏ ଚକ ଫାଟିଯିବାରୁ ହାଲକା ବିସ୍ଫୋରଣ ଭଳି ଶବ୍ଦ ହୋଇଥିଲା। ଫଳରେ ସେଠାରେ କିଛି ସମୟ ପାଇଁ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ତତକ୍ଷଣାତ କୁଇକ ଆକ୍ସନ ଟିମ ସେଠାରେ ପହଞ୍ଚି ପରିସ୍ଥିତକୁ ସମ୍ଭାଳିଥିଲା। ଦୁର୍ଘଟଣାରେ କାହାର କୌଣସି କ୍ଷତି ହୋଇନାହିଁ। ଗାଡ଼ିଟି ମଣିପୁରର କଂଗ୍ରେସର ଜଣେ ସାଂସଦଙ୍କର ବୋଲି ଜଣାପଡ଼ିଛି। ତେବେ କେଉଁ ପରିସ୍ଥିତିରେ ଏଭଳି ଦୁର୍ଘଟଣା ଘଟିଲା ତାହା ଜଣାପଡ଼ିନାହିଁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories